ବରଗଡ ନିକଟସ୍ଥ ତୁରୁଙ୍ଗା ବାଲି ଘାଟରୁ ବାଲି ମାଫିଆମାନେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଛନ୍ତି । ପ୍ରତ୍ୟହ ହାଇୱା ଲଗାଇ ଶହ ଶହ ଟ୍ରିପ ବାଲି ଚୋରି ଚାଲିଛି । ନିୟମ କାନୁନକୁ ମାନୁ ନାହାନ୍ତି । ନଦୀର ଉପର ମୁଣ୍ଡରୁ ତଳ ମୁଣ୍ଡ ଯାଏଁ ବାଲି ଚୋରି ଚାଲିଛି । ଲିଜରେ ଯେଉଁ ଜାଗା ନେଇଛନ୍ତି, ସେଠାରୁ ବାଲି ନଉଠାଇ ଅନ୍ୟ ଜାଗାରୁ ଉଠୁଛି ବାଲି । ତୁରୁଙ୍ଗା ଭଳି ଗାଇସୀମା ପଂଚାୟତର ମାଲିପାଲି ଘାଟ, ତୁମଗାଁ ପଂଚାୟତର ଲାଉନସରା ଘାଟ, ସୟାଁ ପଂଚାୟତର ତୁରୁଙ୍ଗା ଘାଟ ଆଦିରେ ବେଆଇନ ଭାବରେ ବାଲି ଉତ୍ତୋଳନ ଚାଲିଛି । ଆଉ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ l ବରଗଡ ଜିଲ୍ଲା ସାରା ପ୍ରାୟ ୫୦ ଜଣଙ୍କ ଲିଜଧାରୀ ବାଲି ଘାଟ ଚଲାଉଛନ୍ତି । ଏହାକୁ ଛାଡି ବେଆଇନ ଭାବରେ ମଧ୍ୟ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ବାଲି ଘାଟ ଚାଲୁଛି । ସବୁଠୁ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ବେଳେ ସରକାରଙ୍କ ରାଜସ୍ୱହାନୀ ହେଉଛି । ଏତେସତ୍ୱେ ଖଣି ବିଭାଗ ଚଢଉ କରୁନାହିଁ । ଏପଟେ ପ୍ରଶାସନ ସବୁ ଜାଣୁଥିଲେ ବି ଚୁପ ରହୁଛି କାହିଁକି ? ନିୟମ ଅନୁସାରେ, ବାଲି ଘାଟ ଯେତେ ଜାଗାରେ ରହିବା କଥା ତାହା ଡିମାରକେସନ ହୋଇଥାଏ । କେତେ ଜାଗାରୁ ବାଲି ଉଠିବ ଖୁଣ୍ଟ ପୋତା ହୁଏ । ବାଲି ଘାଟରେ ସାଇନ ବୋର୍ଡ ଲଗାଇ ଲିଜ କାହା ନାଁରେ ଅଛି, କେତେ ବାଲି ଉଠାଯାଉଛି । ସେ ସବୁ ଉଲ୍ଲେଖ ରହିବା କଥା । ହେଲେ ବରଗଡରେ ଜଣେ ବି ବାଲି ଘାଟ ଲିଜଧାରୀ ନିୟମକୁ ମାନୁ ନାହାନ୍ତି । ସେପଟେ ଖଣି ବିଭାଗ ଅଧିକାରୀ ଚେକିଂ ହେବ ବୋଲି କହିଛନ୍ତି l ଅନ୍ୟପଟେ ଚେକିଂ କରିବାକୁ ଯିବା ବେଳେ ଖବର ପାଇ ବାଲି ଗାଡି ଆସୁନଥିବା ମଧ୍ୟ କହିଛନ୍ତି ମାଇନିଙ୍ଗ ଅଧିକାରୀ l

Naxatra News is now on Whatsapp
Join and get latest news update delivered to you via whatsapp
Join Now