ଭାଇକୁ ମାରିଲା ଭାଇ

ଭାଇକୁ ଭାଇ ମାରିଲା ଗୁଳି, ଆଜି (ମଙ୍ଗଳବାର) ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବେହେରାପାଟଠାରେ ଗୁଳିକାଣ୍ଡ ଘଟଣାରେ ଦେଖା ଦେଇଛି ଏକ ଭିନ୍ନ ମୋଡ଼ । ମାମୁ ପୁଅ ମାରିଲା ନିଜ ଭାଇକୁ ଗୁଳି। ସୂଚନାନୁସାରେ ଦୁଇ ଭାଇ ଇମ୍ରାନ ଓ ଶାଯାହାନ ଗୋଟିଏ ହିଁ ବ୍ୟବସାୟ କରୁଥିଲେ, ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବାରମ୍ବାର ବ୍ୟବସାୟକୁ ନେଇ ଝଗଡ଼ା ଦେଖାଦେଇଥିଲା। ଏହାକୁ ନେଇ ତାଙ୍କ ସାଥିରେ ଥିବା ଇଜାଜ ଦୁଇ ଜଣକୁ ବୁଝାମଣା କରିବା ନେଇ ମଧ୍ୟ ପୂର୍ବରୁ ପରାମର୍ଶ ଦେଇଥିଲେ। ତେବେ ଗତକାଲି ବେହେରାପାଟ ଠାରେ ଥିବା ଘରକୁ ଡ଼ାକି ଥିଲା ଇମ୍ରାନ ବୋଲି ମୃତକ ଶାହାଯାହାନଙ୍କ କକା ଅଭିଯୋଗ କରିଛନ୍ତି ।

ତେବେ ସେଠାକୁ ଡ଼ାକି ଗୁଳି କରି ହତ୍ୟା କରିବା ସହ ଭେଡେନ ନଦୀରେ ଫିକି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବ୍ୟବସାୟିକ ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଏସ.ପି. ସୂଚନା ଦେଇଥିବା ବେଳେ ଘଟଣାରେ ଦୁଇଜଣକୁ ଗିରଫ କରାଯାଇଥିବା ନେଇ ଏସ.ପି. ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *