ଭାଇ ସାଜିଲା ଭାଇର ହତ୍ୟାକାରୀ

Spread the love

କଟକ: ଭାଇକୁ ହତ୍ୟା କଲା ଭାଇ ।  ଦିନ ଦ୍ବିପ୍ରହରରେ କଟକ ସହରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଝିମିଟି ଖେଳରୁ ମହାଭାରତ ହେବା ପରି ସାମାନ୍ୟ କଥାରେ ବଡ଼ ଭାଇ ସାଜିଲା ସାନ ଭାଇର ହତ୍ୟାକାରୀ।  ହତ୍ୟାକାଣ୍ଡ ଭିଆଇଥିବା କଂସେଇ ବଡ଼ଭାଇ କୁ ଗିରଫ କରିଛି ପୋଲିସ ।

ସାମାନ୍ୟ ସାଇକେଲ ସାଇଡ କରିବାକୁ ନେଇ ସାନ ଭାଇକୁ ଜୀବନରୁ ମାରିଦେଲା ବଡ଼ ଭାଇ।  କଟକ ବାଉଁଶ ଗଳି ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଘର ସାମ୍ନାରେ ସାଇକେଲ ସାଇଡ କରିବାକୁ ନେଇ ବଡ଼ ଭାଇ ଅଜିମ ଉଲ୍ଲା ଖାନ ନିଜ ପତ୍ନୀ ସହ ମିଶି ସାନ ଭାଇ ସଫି ଉଲ୍ଲା ଖାନଙ୍କୁ ଛୁରା ମାରିଛି । ଗୁରୁତର ଅବସ୍ଥାରେ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।  ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସେପଟେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ରକ୍ତରଞ୍ଜିତ ସାଇକେଲ ଜବତ କରିଛି । ସେପଟେ ମୁଖ୍ୟ ଅଭିଯୁକ୍ତ ଅଜୀ ଉଲ୍ଲା ଖାନ୍ କୁ ଗିରଫ କରିଥିବା ସୂଚନା ଦେଇଛନ୍ତି  କଟକ ଡିସିପି ପିନାକ ମିଶ୍ର।…

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *