ରାତି ପାହିଲେ ବାଲିଯାତ୍ରା

Spread the love

କଟକ:   ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। କାଲିଠାରୁ କଟକରେ ଆରମ୍ଭ ହେବ ଏୗତିହାସିକ  ବାଲି ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବାଲିଯାତ୍ରା ପଡିଆ। ଚଳିତ ବର୍ଷ ସମ୍ପୂର୍ଣ୍ଣ ନିଆରା ହେବ ବାଲିଯାତ୍ରା । ବ୍ୟବସାୟ ସହିତ ବହୁ ମନୋରଞ୍ଜନର କାର୍ଯ୍ୟକ୍ରମ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। ସେପଟେ ଶାନ୍ତି ଶୃଙ୍ଖଳା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ।

ଆସନ୍ତାକାଲିଠୁ ଏୗତିହାସିକ  ବାଲିଯାତ୍ରା। ଚଳଚଞ୍ଚଳ ହୋଇଛି ଉପର ଏବଂ ତଳ ପାଲି ଯାତ୍ରା ପଡିଆ। ଦୀର୍ଘ ଦୁଇ ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ସମ୍ପୂର୍ଣ୍ଣ ନିଆରା ହେବ ବାଲିଯାତ୍ରା । ବ୍ୟବସାୟ ସହିତ ବହୁ ମନୋରଞ୍ଜନର କାର୍ଯ୍ୟକ୍ରମର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। ଏ ବର୍ଷ ବାଲିଯାତ୍ରା ବୁଲା ସାଙ୍ଗ କୁ ଲୋକେ  ମହାନଦୀରେ ଲାଇଟ ଆଣ୍ଡ ସାଉଣ୍ଡ ର ମଜା ନେଇପାରିବେ।  ପ୍ରଶାସନ ପକ୍ଷରୁ କଟକ ଇନ କଟକ ର ପରିକଳ୍ପନା କରାଯାଇଛି। ଯେଉଁ ଠି ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାର ର ପ୍ରତୀକ ମନ୍ଦିର,  ମସଜିଦ , ଗୁରୁଦ୍ଵାର ସବୁ ଦେଖିବାକୁ ମିଳିବ। ଏଥି ସହ ସହ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର,ରେଳ ଷ୍ଟେସନ,ହାଇକୋର୍ଟ ଭଳି ସ୍ଥାନ ଆକୃତି ର ଗେଟ ଦେଖିବାକୁ ମିଳିବ ବୋଲି କହିଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ।….

ଚଳିତବର୍ଷ ବାଲିଯାତ୍ରା ରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିବ । ଭିଡ ନିୟନ୍ତ୍ରଣ ଲାଗି ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ କରାଯିବ ।  ଚଳିତ ବର୍ଷ ନୂତନ କରି ୪ଟି ପୋଲିସ ସପୋର୍ଟ ପୋଷ୍ଟ ଖୋଲାଯିବ । ଜନ ସାଧାରଣଙ୍କ  ସମସ୍ୟା ହେଲେ ଥାନା କୁ ନ ଯାଇ ଅନ ସ୍ପଟ୍ ଏକ ଫର୍ମ ଯୋଗେ ଏତଲା ଦେଇପାରିବ।  ସେପଟେ ଉଭୟ ତଳ ଓ ଉପର ପଡିଆ କୁ ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରା ବଳୟରେ ରଖାଯିବ ବୋଲି କହିଛନ୍ତି ଡିସିପି।

ଆସନ୍ତା କାଲି ଅପରାହ୍ନରେ ସଂସ୍କୃତି ମନ୍ତ୍ରୀଙ୍କ ସହ କଟକ ଜିଲ୍ଲାର ସମସ୍ତ ବିଧାୟକ ,ସାସଂଦ ଉପସ୍ଥିତି ରେ ବିଧିବଦ୍ଧ ଭାବେ ଉଦଘାଟନ ହେବ ଐତିହାସିକ ବାଲିଯାତ୍ରା।

ଦୀପ୍ତିରଞ୍ଜନ ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *