ବାଲିଘାଟରେ ଫୁଟିଲା ଗୁଳି, ପୋଡିଲା ଜେସିବି

Spread the love

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅଧିନସ୍ଥ ନଗସପୁର ପଂଚାୟତ ନିକଟ ଚିତ୍ରୋତ୍ପଳା ନଦୀରୁ ଦୀର୍ଘ ଦିନ ହେଲା ବାଲି ଉଠାଯାଇ ବାହାରକୁ ଚାଲାଣ ହେଉଛି । ବାଲି ନେଉଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଘାଟକୁ ବିରୋଧ କରୁଥିବା ବ୍ୟକ୍ତି ହୁଅନ୍ତୁ ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ୪ ଜଣ ଯୁବକ ଆସି ଫାଙ୍କା ଗୁଳିଚାଳନା କରିବା ସହିତ ବାଲି ଲୋଡ କରୁଥିବା ଜେସିବି ମେସିନକୁ ନିଆଁ ଲଗାଇ ଦେଇଥିଲେ । ସେଠାରେ ଫାଙ୍କା ଗୁଳି ଚାଳନା ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆଭୟ ସୃଷ୍ଟି ହେବା ସହିତ ନେମାଳ ଥାନାରେ ଅଭିଯୋଗ ହେବା ପରେ ଥାନା କେଶ୍ ନଂ ୮୩/୨୦୨୩ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ୱାଳ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଲୁଣା-ଚିତ୍ରୋତ୍ପଳା ନଦୀର ବହୁ ସ୍ଥାନରେ ବେଆଇନ ଭାବେ ବାଲି ଉଠୁଥିଲା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ଚିନ୍ତାର କାରଣ ହୋଇଥିବା ବେଳେ ବିଗତ ଦିନରେ ବାଲି ନେଉଥିବା ହାୱାଇ ଗାଡିରେ ଲୋକଙ୍କର ପ୍ରାଣ ଯାଇଥିବା ନଜର ମଧ୍ୟ ରହିଛି । ବେଳହୁଁ ସାବଧାନ ନହେଲେ ଏସବୁ ସ୍ଥାନରେ ଭବିଷ୍ୟତରେ ରକ୍ତପାତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *