ଲାଂଚ ନେବା ବେଳେ ସିଡିପିଓ ଓ ବରିଷ୍ଠ କିରାଣି ଗିରଫ

Spread the love

ଜୟପୁର : ଅଙ୍ଗନବାଡୀ କର୍ମି ନିଯୁକ୍ତି ଦେବା ପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଚଢାଉ କରିଛି । ଚଢାଉ କର ବନ୍ଧୁଗାଁ ସିଡିପିଓ ନମିତା ରାଣି ପଲ ଓ ବରିଷ୍ଠ କିରାଣି ଅଶ୍ୱନୀ କୁମାର ପ୍ରଧାନକୁ ଗିରଫ କରିଛି । ଜୟପୁର ଭିଜିଲାନ୍ସ ବିଭାଗ ସୂଚନା ଅନୁଯାଇ ମିନତି କୁଲେସିକା ଆଙ୍ଗନବାଡୀ ପଦବୀ ପାଇ ପରୀକ୍ଷା ଦେଇଥିଲେ । ନିଯୁକ୍ତି ପତ୍ର ପାଇ ବନ୍ଧୁ ଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ନମିତା ରାଣି ପଲ ଙ୍କ ନିଦ୍ଦେଶ କ୍ରମେ କିରାଣି ଅଶ୍ୱନୀ ପ୍ରଧାନ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ । ଆଗରୁ ୧ ଲକ୍ଷ ଟଙ୍କା ନେଇଥିବା ବେଳେ ଆଜି ମିନତି ଙ୍କ ବାପା ରାଉତ କୁଲେସିକା ଠାରୁ ୪୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପରେ ସିଡିପିଓ ଙ୍କ ନନ୍ଦପୁର ସ୍ଥିତ ଘର ଉପରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । କିରାଣିଙ୍କ ସରକାରୀ କ୍ୱାଟର ମଧ୍ୟ ଚଢାଉ କରାଯାଇଛି । ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ଙ୍କ ନେତ୍ତୃତ୍ୱରେ ଚଢାଉ କରିଥିଲା ।

Leave a Reply

Your email address will not be published. Required fields are marked *