ପିଲା ଚୋର ଛଦ୍ମବେଶୀ କିନ୍ନରକୁ ଧରିଲେ କିନ୍ନର

ଠାକୁରମୁଣ୍ଡା ଅଞ୍ଚଳରୁ ଗତ ତିନି ଦିନ ତଳେ ୫ ବର୍ଷର ଶିଶୁ କନ୍ୟାକୁ କିନ୍ନର ଚୋରୀ କରିନେବା ଘଟଣା l ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତା ମାନେ l ତିନି ଦିନ ତଳେ ଠାକୁରମୁଣ୍ଡା ବସ୍ ଷ୍ଟାଣ୍ଡରୁ  5 ବର୍ଷର  ଶିଶୁ କନ୍ୟାକୁ ଲିପୁ ନାୟକ ନାମକ ଛଦ୍ମ ବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲେ ଚୋରୀ ସମୟର  ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିବା ସହ ଶିଶୁ କନ୍ୟାର ମା ର ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *