ଚୋରା କୋଇଲା ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ପୀରହାଟ ବଜାରରୁ ଏକ ଚୋରା କୋଇଲା ବୋଝେଇ ଟାଟାଏସି ଗାଡ଼ି (ନଂ. ଓଡି୧୧ ୬୩୧୫)କୁ ପୁଲିସ ଜବତ କରିବା ସହ ଗାଡ଼ି ମାଲିକ ଘଟପୁର ଗ୍ରାମର ବିଶ୍ୱନାଥ ଦାସଙ୍କ ପୁଅ ନାରାୟଣ ଦାସ (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ରାତ୍ରିକାଳୀନ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଧାମରା ରେଳପଥରୁ ଟାଟାଏସି ଗାଡ଼ିରେ ୧୨ କୁଇ ।ଲ ଚୋରା କୋଇଲା ବେଝେଇ କରି ଘଟପୁର ଅଭିମୁଖେ ଯାଉଥିବା ବେଳେ ଥାନା ଅଧିକାରୀ ଶ୍ରୀ ବେହେରା ପୀରହାଟ ବଜାର ସ୍ଥିତ ବ୍ୟାଙ୍କ ସମ୍ମୁଖରେ ଗାଡ଼ିକୁ ଧରି ଜବତ କରିଥିଲେ ।

Leave a Reply

Your email address will not be published. Required fields are marked *