ଟ୍ରଲି ଲଗେଜ୍ ଭିତରେ କୋକେନ୍ ଚାଲାଣ କରୁଥିଲ ୨୩ ବର୍ଷର ଯୁବକ। କିନ୍ତୁ ଧରାପଡ଼ିଗଲା। ଦିଲ୍ଲୀ ବିମାନବନ୍ଦରରେ ଚେକିଂ ବେଳେ ଟ୍ରଲି ବ୍ୟାଗର ଭିତର ପଟେ ୬ଟି ପ୍ୟାକେଟରେ ପ୍ୟାକିଂ ହୋଇଥିଲା କୋକେନ୍। ପ୍ରାୟ ୩କେଜିରୁ ଉର୍ଦ୍ଧ୍ୱ କୋକେନ ଯାହାର ଆନୁମାନିକ ମୂଲ୍ୟ ୪୬କୋଟିରୁ ଅଧିକ ଟଙ୍କା। ସଂପୃକ୍ତ ଯୁବକକୁ ଗିରଫ ସହ ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି। ଉଗାଣ୍ଡାରୁ ସାରଜାହ ଦେଇ ଆସିଥିଲେ ଦିଲ୍ଲୀ। ବ୍ୟାଗର ଏକ୍ସ-ରେ ସ୍କ୍ରିନିଂରେ ସନ୍ଦେହଜନକ ସାମଗ୍ରୀ ଥିବାର ଅନୁମାନ କରିଥିଲେ ସୁରକ୍ଷାକର୍ମୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now