ସ୍କୁଲ ଛାତ୍ରଙ୍କ ବ୍ୟାଗରେ କଣ୍ଡୋମ, ଛୁରୀ, ତାସ୍

ସ୍କୁଲ ବ୍ୟାଗରୁ ମିଳିଲା ଆପତ୍ତିଜନକ ସାମଗ୍ରୀ। ସପ୍ତମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ ଯାଞ୍ଚରୁ ମିଳିଛି କଣ୍ଡୋମ, ଚାକୁ, ଫାଇଟର୍ସ, ତାସ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ। ନାସିକର ଘୋଟି ଅଞ୍ଚଳରେ ଥିବା ଏକ ସ୍କୁଲରୁ ଏଭଳି ଭିଡ଼ିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହାର ଭିଡ଼ିଓ ଭାଇରାଲ ପରେ ଅଭିଭାବକ ଓ ସମାଜରେ ଚିନ୍ତା ପଶିଛି। ସ୍କୁଲ ପିଲା କାହିଁକି ବ୍ୟାଗରେ ଏଭଳି ସାମଗ୍ରୀ ରଖିଛନ୍ତି। ସେମାନେ ଖରାପ ରାସ୍ତାରେ ପଡ଼ିଗଲେଣି ବୋଲି ଚର୍ଚ୍ଚା ହେଉଛି। ନାସିକରୁ ୪୦ କିଲୋମିଟର ଦୂର ଘୋଟିର ଜନତା ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେତେବେଳେ ପିଲାଙ୍କ ବ୍ୟାଗ୍ ଅଚାନକ ଯାଞ୍ଚ କଲେ, ଏ ସବୁ ସାମଗ୍ରୀ ଦେଖି ତାଜୁବ୍ ହୋଇପଡ଼ିଛନ୍ତି। ଘଟଣା ପରେ ପିଲାଙ୍କ ଅଭିଭାବକଙ୍କୁ ଡାକି ଏ ବାଦଦରେ ଅବଗତ କରାଇବା ସହ ପିଲାଙ୍କୁ କେମିତି ସଠିକ୍ ରାସ୍ତାକୁ ଅଣାଯିବ, ସେ ବାବଦରେ ଆଲୋଚନା କରିଛନ୍ତି। ସ୍କୁଲ ବାହାରେ ପିଲାଙ୍କ ଗତିବିଧି ଉପରେ ଅଭିଭାବକ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ସ୍କୁଲଟି ମରାଠା ବିଦ୍ୟା ପ୍ରସାରକ ସମାଜ ଦ୍ୱାରା ପରିଚାଳିତ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *