ସହପାଠୀର ଛୁରାମାଡ଼ରେ ମୃତ୍ୟୁ:ଉଦୟପୁରରେ ଅଶାନ୍ତିର ମାହୋଲ!

ମରଣ ସହ ସଂଘର୍ଷ କରି ହାରିଗଲା ଦେବରାଜ। ରାଜସ୍ଥାନର ଉଦୟପୁରରେ ଦଶମ ଶ୍ରେଣୀ ଛାତ୍ର ଦେବରାଜକୁ ତାଙ୍କ ସହପାଠୀ ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରାମାଡ଼ କରିଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ଦେବରାଜ। ଆଇସିୟୁରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଥିଲା। ଶେଷରେ ଆଜି ସବୁଦିନ ଲାଗି ଆଖି ବୁଜିଦେଲେ ଦେବରାଜ। ଗଲା ଶୁକ୍ରବାର ଏହି ଅଭାବନୀୟ ଘଟଣାକୁ ନେଇ ସାରା ସହର ଜଳିଥିଲା। ସାମ୍ପ୍ରଦାୟିକତାର ନିଆଁ ଲାଗିଥିଲା। ଉତ୍ୟକ୍ତ ଲୋକେ ମଲରେ ଭଙ୍ଗାରୁଜା, ଗାଡ଼ି ପୋଡ଼ାଜଳା, ପଥରମାଡ଼ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ଦେଖି ପୁଲିସ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲା। ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦେଶ ରହିଛି। ଗୁଜବରେ ପଡ଼ନ୍ତୁନି କହି ପ୍ରଶାସନ ଅପିଲ୍ କରିଥିଲା। ଅଭିଯୁକ୍ତ ଓ ତାଙ୍କ ବାପାଙ୍କୁ ପୁଲିସ ଗିରଫ କରିସାରିଛି। ଆଉ ଏବେ ଦେବରାଜଙ୍କ ବିୟୋଗ ପରେ ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାର ଆଶଙ୍କା ଥିବାରୁ ପ୍ରଶାସନ ଯଥେଷ୍ଟ ସତର୍କ ନଜର ରଖିଛି। ଏମବି ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ। ଜିଲ୍ଲାପାଳ ଓ ଏସପି ହସ୍ପିଟାଲରେ ପହଞ୍ଚିଥିଲେ। କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *