ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା , ୪ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା,୪ ଅଟକ। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହିରେ। ସୂଚନା ଅନୁସାରେ କିଛି ଦୁର୍ବୁତ୍ତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ବା ଫଳରେ ଯୁବକ ଜଣଙ୍କ ପ୍ରାଣ ବିକଳରେ ଦୌଡି ଦୌଡି ଗାଁ ଭିତରେ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସାହିଲୋକ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ କୁ ଖବର ଦେଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଚାରି ଜଣଙ୍କୁ ଅଟକ ରଖି ଥାନାରେ ପଚରା ଉଚରା କରୁଛି ପୋଲିସ। ମୃତ ଯୁବକ ଜଣକ ଚାଟିକୋଣା ମାଳିସାହିର ଘାଶିରାମ ଜିଲିକାର ବୋଲି ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *