ସାଇବର ଠକେଇ ମାମଲା, ୧୭ ଲକ୍ଷ କଲେ ଚଳୁ

Spread the love

BBSR_THAKAI CASE _PKG

() ବୀମା କରାଇଦେବା ଆଳରେ ୧୭ ଲକ୍ଷ ଠକେଇ ଘଟଣା l ରାଜ୍ୟ ବାହାରୁ ୩ ଜଣଙ୍କୁ କାବୁ କଲା ସାଇବର ଥାନା ପୋଲିସ l ଉତ୍ତରପ୍ରଦେଶ ଓ ଦିଲ୍ଲୀରୁ 2 ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ l ମଞ୍ଚେଶ୍ୱର ଅଞ୍ଚଳର ଜଣେ ଯୁବକ ଠକେଇର ଶିକାର ହୋଇଥିଲେ l ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୩୮ ହଜାର ଜବତ କରିଛି ପୋଲିସ l୪ ଲକ୍ଷ ଫ୍ରିଜ କରିଛି ସାଇବର ପୋଲିସ l ୧୦ ଦିନ ଧରି ଅପରେସନ ଚଳାଇଥିଲା ସାଇବର ଥାନା

ଶିକ୍ଷାଗତ ଯୋଗ୍ୟତା ଓକିଲାତି।କିନ୍ତୁ ନିଶା ସାଇବର ଠକେଇ। ଦିଲ୍ଲୀ ରୁ ମନିଟରିଙ୍ଗ  ଆଉ ଏବେ ଭୁବନେଶ୍ୱର ରୁ ଠକେଇ । ଦିଲ୍ଲୀ ଓକିଲର ଇସାରାରେ ହେଉଥିଲା  କାମ। ବୀମା କରେଇଦେବା ଆଳରେ ଚଳୁ କରିନେଲେ  17 ଲକ୍ଷ । 10ଦିନର ସର୍ଚ୍ଚ ଅପରେସନ ପରେ ଦିଲ୍ଲୀ ରୁ ମାଷ୍ଟର ମାଇଣ୍ଡ କୁ ଗିରଫ କରିଛି  ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବିକାଶ ସିଂ ଓ ଆକାଶ ମୁଖାର୍ଜୀ। ପୋଲିସ ସେମାନଙ୍କ ଠାରୁ 2 ଲକ୍ଷ 38ହଜାର ଟଙ୍କା, ମୋବାଇଲ, ଲାପଟପ, ସିମ କାର୍ଡ, ବ୍ୟାଙ୍କ ପାସ ବୁକ ଜବତ କରିଛି। ଏଥିସହ 4ଲକ୍ଷ ଟଙ୍କା ଫ୍ରିଜ କରିବାରେ ସଫଳ ହୋଇଛି।ସେପଟେ ଏହି ୨ ଯୁବକଙ୍କୁ ଦେଖିଲେ କେହି ବି ସହଜରେ ବିଶ୍ବାସ କରିପାରିବେ ନାହିଁ କି ଏମାନେ ଠକ।ଏମାନଙ୍କ  ଶିକ୍ଷାଗତ ଯୋଗ୍ୟତା ଓକିଲାତି।କିନ୍ତୁ ନିଶା ସାଇବର ଠକେଇ।

ଭୁବନେଶ୍ୱର laxmisagar ଅଞ୍ଚଳର ଯଶସ୍ୱନୀ ଦାସ ମ୍ୟାକ୍ସ ଇନସୁରାନ୍ସ ଲାଇଫ ରେ ଏକ ପଲିସି କରିଥିଲେ।ଗତ ମାର୍ଚ୍ଚ 2ତାରିଖ ଦିନ ଯଶସ୍ୱନୀ ଙ୍କୁ କଲ କରିଥିଲା ଠକ ଜଣକ। ନିଜକୁ ମ୍ୟାକ୍ସ ଇନସୁରାନ୍ସ ର ସିନିୟର ଅଧିକାରୀ ବୋଲି ପରିଚୟ ଦେଇଥିଲେ।ଯଶସ୍ୱନୀ ଙ୍କ ଜମା ଟଙ୍କା ମ୍ୟାଚ୍ୟୁରିଟି ହୋଇଥିବା କଥା କହିବା ସହ ଆଉ ଏକ ପଲିସି କରିବା ପାଇଁ କହିଥିଲେ।ଆଉ ଏହା ପରେ  ଯଶସ୍ୱନୀ ଙ୍କ ଠାରୁ 17ଲକ୍ଷ ଟଙ୍କା ଠକି ନେଇଥିଲେ।ଯାହାକୁ ନେଇ ଯଶସ୍ୱନୀ ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିଲେ।ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା  ଦିଲ୍ଲୀ ର ସୁଧୀର ମୁଖାର୍ଜୀ ଙ୍କ ଆକାଉଣ୍ଟ କୁ ଏହି ଠକେଇ ଟଙ୍କା ଯାଇଛି। ଆଉ ଶେଷରେ ସାଇବର ଥାନା ପୋଲିସ ଏକ ଟିମ 10 ଦିନ ହେବ ଦିଲ୍ଲୀ ଯାଇ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି।

କେମିତି ଯାଉଛି ମାକ୍ସ ଇନସୁରାନ୍ସ ଲାଇଫରୁ ଗୁରୁତ୍ୱ ପୂର୍ଣ୍ଣ ଡାଟା। ଡାଟା ଲିକ ପଛରେ କିଏ ସିଏ ମାଷ୍ଟର ମାଇଣ୍ଡ। କମ୍ପାନୀ କତ୍ତୃପକ୍ଷ ନା ଆଉ କିଏ କରୁଛି ଡାଟା ଲିକ,ଯାହାକୁ ବ୍ୟବହାର କରି ସାଇବର ଠକ କରୁଛନ୍ତି ଠକେଇ।ତାକୁ ନେଇ ଏବେ ଚର୍ଚ୍ଚା

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *