ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ପଞ୍ଜାବ ବାଗ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ସେଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତଦେହଟି ରିଙ୍ଗ ରୋଡ ନିକଟରେ ଯାଇଥିବା ଏକ ଆବର୍ଜନାପୂର୍ଣ୍ଣ ନଳାରୁ ମିଳିଛି। ନଳା କଡରେ ଏକ ସୁଟ କେସ ଭିତରୁ ମିଳିଛି ମହିଳାଙ୍କ ମୃତଦେହ। ମୃତ ମହିଳାଙ୍କ ଚିହ୍ନଟ ହୋଇପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ରଜୌରୀ ଗାର୍ଡେନରୁ ପଞ୍ଜାବୀ ବାଗକୁ ଯାଇଥିବା ରିଙ୍ଗ ରୋଡ କଡରେ ଯାଇଥିବା ଆବର୍ଜନା ନାଳ କଡରୁ ଏକ ସୁଟକେଶ ପଡିଥିବା ଦେଖିବାକୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଜବତ ପୂର୍ବକ ଏହାକୁ ଖୋଲିବାରୁ ତା ଭିତରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଏହା ଦେଖି ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳି ଯାଇଛି।
ମୃତଦେହର ପରିଚୟ ମିଳିନ ଥିବା ବେଳେ ମୃତଦେହଟି ବହୁତ ଖରାପ ହୋଇଯାଇଥିବାରୁ ୮-୧୦ ଦିନ ପୂର୍ବରୁ ହତ୍ୟା ହୋଇଥିବା ସନ୍ଦେହ କରୁଛି ପୁଲିସ। ଏବେ ମହିଳାଙ୍କ ପରିଚୟ ବାହାର କରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ହତ୍ୟା ଅନ୍ୟତ୍ର ହୋଇଥିବା ଏଠାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଇଛି। ମହିଳାଙ୍କ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now