ହୋମଗାର୍ଡ ଇଣ୍ଟର୍ଭ୍ୟୁ ଚାଲିଥିବା ବେଳେ ପରିକ୍ଷାର୍ଥୀଙ୍କ ମୃତ୍ୟୁ । ଦୌଡ ପରୀକ୍ଷା ପରେ ଅସୁସ୍ଥ ହଇପଡ଼ିଥିଲେ ପରୀକ୍ଷାର୍ଥୀ। ମୃତ ପରୀକ୍ଷାର୍ଥୀ ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗାଁର ପ୍ରଦୀପ ଦେହୁରୀଙ୍କ ୨୧ ବର୍ଷୀୟ ପୁତ୍ର ସାହେବ ଦେହୁରୀ । ଦୌଡ ପରୀକ୍ଷା ସମୟରେ ଅସୁସ୍ଥ ହେବାରୁ ସାହେବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପରିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକିତ୍ସା ଅଭାବରୁ ପରିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଖାନା ପରିସରରେ ମୃତଦେହ ରଖି କିଛି ସମୟ ପାଇଁ ଉତ୍ତେଜନା କରିଥିଲେ ପରିବାରଲୋକେ। ଘଟଣାସ୍ଥଳରେ ଜିଲ୍ଲାପ୍ରଶାସନର ଅଧିକାରୀମାନେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଛେଦ ପାଇଁ ଶବାଗାରକୁ ପଠାଯାଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now