ଡାକ୍ତର ଦମ୍ପତିଙ୍କ ଅନ୍ଧବିଶ୍ବାସ, ଧନୀ ହେବାକୁ ଦୁଇ ମହିଳାଙ୍କୁ ବଳି

Spread the love

ତିରୁବନନ୍ତପୁରମ: ପେସାରେ ଡାକ୍ତର, କିନ୍ତୁ ଅନ୍ଧ ବିଶ୍ବାସରେ ରହିଥିଲେ ବୁଡି। ଅନ୍ଧବିଶ୍ବାସ ପାଇଁ  ଦୁଇ ନିରୀହ ଜୀବନ ନେବାକୁ ପଛାଇ ନାହାନ୍ତି ଡାକ୍ତର ଦମ୍ପତି। ଏମିତି ଘଟଣା କେରଳର ପଥନମଥିଟ୍ଟା ଜିଲ୍ଲାର ଏଲନ୍ଥୁର ଅଞ୍ଚଳରେ ଘଟିଛି। ଡାକ୍ତର ଦୁଇ ମହିଳାଙ୍କୁ ବଳି ଦେଇଥିଲେ। ବଳି ଦେଇଥିବା ଦୁଇ ମହିଳାଙ୍କ ଭିତରୁ ଜଣେ ଜୁନ ମାସରେ ନିଖୋଜ ହୋଇଥିବା ବେଳେ ଜଣେ ସେପ୍ଟେମ୍ବରରେ ନିଖୋଜ ହୋଇ ଯାଇଥିଲେ। ପୁଲିସ ମାମଲାରେ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି।

କୋଚ୍ଚି ପୁଲିସ ମୁଖ୍ୟ  ସି ଏଚ ନାଗରାଜୁ କହିଛନ୍ତି, ଆମର ସନ୍ଦେହ ହେଉଛି, ମାନବ ବଳି କର୍ମକାଣ୍ଡ ପାଇଁ ଉଭୟ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତଦେହ ଜବତ ହୋଇଛି। ଉଭୟଙ୍କ ମୁଣ୍ଡ କାଟିବା ପରେ ସେମାନଙ୍କ ଶରୀରକୁ ଏଲୁନ୍ଥୁରରେ ପୋତାଯାଇଥିଲା।  ତେବେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ପୁଲିସ ମଣିଷ ବଳି ଅଭିଯୋଗରେ ତିରୁବଲ୍ଲାର ନିବାସୀ ଡାକ୍ତର ଭାଗବତ ଓ ତାଙ୍କ ସ୍ତ୍ରୀ ଲିଳା ତଥା ପେରୁମ୍ବବୁର ବାସିନ୍ଦା  ସିହାବକୁ ଗିରଫ କରିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଡାକ୍ତର ଦମ୍ପତି ଦୁଇ ମହିଳାଙ୍କୁ ବଳି ଦେଇଥିବା ସନ୍ଦେହ କରାଯାଉଛି। ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଏପରି କରିଥିବା କୁହାଯାଉଛି।  

Leave a Reply

Your email address will not be published. Required fields are marked *