ନିଶାରେ ଚୁର୍ ଥିଲା ପୁଲିସ ବାବୁ। ଜଣେ ମହିଳାଙ୍କୁ ଜିପରେ ଧକା ମାରିଥିଲେ। ଗାଡ଼ି ଧକ୍କାରେ ମହିଳାଙ୍କୁ ଗୋଡ଼ ଭାଙ୍ଗିଛି। ଗାଡ଼ି ଧକ୍କା ପରେ ଯେତେବେଳେ ଲୋକେ ପୁଲିସ ବାବୁକୁ ଘେରିଗଲେ, ସେ ପାଲଟା ଲୋକଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଧକ୍କା କରିବାରୁ କଅଣ ହୋଇଗଲା କହି ଯୁକ୍ତି କରିଥିଲେ। ଏହା ମାମୁଲି ଘଟଣା ବୋଲି କହିଥିଲେ। ରଙ୍ଗ୍ ସାଇଡ୍ ଓ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ବାବୁ ଜଣକ। ଏ ନେଇ ଚାଲାଣ ବି କାଟିଥିଲା ପରିବହନ ବିଭାଗ। ସାଦା ପୋଷାକରେ ଥିଲେ। ପୁଲିସ ବର୍ଦ୍ଦି ସିଟ୍ ପଛପଟେ ଲୁଚାଇ ରଖିଥିଲେ। କାନପୁରର ଏ ଭିଡ଼ିଓ ଭାଇରାଲ ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ନେବାକୁ ଦାବି କରିଛନ୍ତି ଆହତ ମହିଳାଙ୍କ ସ୍ୱାମୀ। ପୁଲିସ ଏ ମାମଲାରେ ସହଯୋଗ କରୁନି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now