ପ୍ରତାପ ସାମଲଙ୍କର ୧୧ କୋଟି ଟଙ୍କାର ସମ୍ପତି ଆଟାଚ୍ କଲା ଇଡି

Spread the love

ଭୁବନେଶ୍ୱର : ଓଡ଼ିଶା ପୋଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କର ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଆଟାଚ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ।  ପୂର୍ବରୁ ପ୍ରତାପଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୧୪ କୋଟିର ସମ୍ପତି ପାଇଥିଲା ।

ଗତବର୍ଷ ନଭେମ୍ବର ୧୦ ତାରିଖରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଉଭୟ ସାମଲ ସ୍ୱାମୀ -ସ୍ତ୍ରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ସେତେବେଳେ ତାଙ୍କର ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠାବ ହୋଇଥିଲା । ଯାହା ତାଙ୍କର ଆୟ ତୁଳନାରେ ୧୦୨୧ ପ୍ରତିଶତ ଅଧିକ ଥିଲା । ଯେଉଁଥିପାଇଁ ରାଜ୍ୟସରକାର ତାଙ୍କୁ ବାଧ୍ୟତା ମୂଳକ ଅବସର ଦେଇଥିଲେ । ପରେ ଏହି ମାମଲାର ତଦନ୍ତ ଇଡି କରିଥିଲା ।

Leave a Reply

Your email address will not be published. Required fields are marked *