ନକଲି ଡିଆରଏମ- ଟିଟିଇ ହାତରେ ମଗାଉଥିଲା ଚା ବିସ୍କୁଟ

ଏସି କୋଚରେ ଯାଉଥିଲେ। ଆଦବକାଏଦା କିଛି କମ୍ ନଥିଲା। ନିଜକୁ ଏଡିଆରଏମ୍ କହୁଥିଲେ। ଆଉ ନାଁ ଆଲୋକ କୁମାର ଝା। ପାଖରେ ବି ନଥିଲା ଟିକେଟ। କିନ୍ତୁ ଟିଟିଇ ହାତରେ ବିସ୍କୁଟ ଓ ଚା ମଗାଉଥିଲେ। ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସରେ ଯାଉଥିବା ଏମିତି ଏକ ନକଲି ଅଫିସରର ଡ୍ରାମା କିନ୍ତୁ ବେଶୀ ସମୟ ଚାଲିପାରିଲାନି। ଶେଷରେ ଧରାପଡ଼ିଗଲା। ତା ପାଖରୁ ନକଲି ପରିଚୟପତ୍ର ମିଳିଛି। ଆଉ ନକଲି ଅଫିସରକୁ ବି ଫିଲ୍ମ ଷ୍ଟାଇଲରେ ଧରିଛି ପୁଲିସ। ଦରଭଙ୍ଗା ରେଳବାଇ ପୁଲିସ, ରାଜକୀୟ ଜିଆରପି ଓ ସିଟିଟିଆଇର ମିଳିତ ଟିମ୍ ଚଳନ୍ତା ଟ୍ରେନରୁ ଏଭଳି ଧୃର୍ତ୍ତକୁ ଧରିଛି। ଶୁକ୍ରବାର ସକାଳ ସାଢ଼େ ୬ଟାରେ ଧୃର୍ତ୍ତକୁ ଧରିବା ପରେ ସବୁ ସତ ଓଗାଳିଥିଲା। ନିଜ ବର୍ଥରେ ଶୋଇଥିଲା ବେଳେ ଟିଟିଇ ସତସତିଆ ଡିଆରଏମ ଭାବି ଆଗ ବିସ୍କୁଟ ଆଣିକି ଦେଇଥିଲେ। ତା ପରେ ଚା ଡିମାଣ୍ଡ କରିଥିଲା ଧୃର୍ତ୍ତ। ଟ୍ରେନରେ ଭିଡ଼ ଥିବାରୁ ଆଉ ଟିକେ ପରେ ଚା ଆଣିବି ବୋଲି କହିଥିଲେ ଟିଟିଇ। ପରେ ସନ୍ଦେହ ହେବାରୁ ମିଳିତ ଟିମ୍ ଆଇଡି କାର୍ଡ ମାଗିଥିଲେ। ଆଉ ଆଇଡେଣ୍ଟିକାର୍ଡ ମାଗିବାରୁ ହଙ୍ଗାମା କରିଥିଲା ଦୁବୃର୍ତ୍ତ। ଆଲୋକ ଝାଙ୍କ ସହ କଥା କରାଇଦେବି କହି ଫୋନ୍ ଲଗାଇଥିଲା। ଆଉ ପୁଲିସ କହିଥିଲା ନିଜକୁ ଆଲୋକ ଝା ବୋଲି କହୁଛ। ତ ପୁଣି କେଉଁ ଆଲୋକଙ୍କ ସହ କଥା କରାଇବ। ତେବେ ଏହାରି ଭିତରେ ନକଲି ଏଡିଆରଏମ କାହାକୁ ଫୋନ୍ କରି ତାକୁ ଆଲୋକ ବୋଲି କହି ପୁଲିସ ଅଧିକାରୀଙ୍କ ସହ କଥା ହେବାକୁ କହିବା ମାତ୍ରେ ସେପଟୁ ଫୋନ୍ କଟିଗଲା। ଆଉ ଜେରା ପରେ ନିଜର ଅସଲ ନାଁ ଦୁର୍ଗାକାନ୍ତ ଚୌଧୁରୀ ବୋଲି କହିଥିଲା। ମଧୁବନି ଜିଲ୍ଲାର। ଆରପିଏଫ କହିଛି, ଅଭିଯୁକ୍ତକୁ ସମସ୍ତିପୁର ରେଲଓ୍ୱେ କୋର୍ଟରେ ହାଜର କରାଯିବ। ବ୍ରେକଫାଷ୍ଟରୁ ଆରମ୍ଭ ହୋଇଥିଲା ଆଦବକାଏଦା। ଆଉ ବ୍ରେକ୍‌ ଲାଗିଲା ଦରଭଙ୍ଗାରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *