ମାଥିଲି ଅବକାରୀ ହାଜତରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକ

Spread the love

ମାଲକାନଗିରି : ମାଲକାନଗିରି ମାଥିଲି ଅବକାରୀ ହାଜତରେ ମହିଳା ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକେ । ଗତ ଶୁକ୍ରବାର ପ୍ରିତି ବିଶ୍ୱାସ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲେ । ମାଥିଲି ଅବକାରୀ ବିଭାଗର ଅଧିକାରୀ ମାନେ ତାଙ୍କୁ ଖଇରପୁଟ ବ୍ଲକ କମଳାପଦର ଛକରୁ ଗିରଫ କରି ଆଣି ମାଥିଲି ଅବକାରୀ ହାଜତ ରେ ରଖି ଥିଲେ ।ତେବେ ଶନିବାର ସନ୍ଦେହ ଜନକ ଅବସ୍ଥାରେ ପ୍ରିତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ତେବେ ପରିବାର ଲୋକେ ପ୍ରିତିଙ୍କ ସହ ଦୁଷ୍କର୍ମ ହୋଇ ଥିବା ନେଇ ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି । ଏହା ସହ ମୃତ ପ୍ରିତିଙ୍କ ସ୍ୱାମୀ ସୁରେଶ ସିଂ ଓ ତାଙ୍କ ଭଉଣୀ କେତୋଟି ପ୍ରଶ୍ନ ଉଠାଇଛନ୍ତି । ଶୁକ୍ରବାର ରାତି ଅବକାରୀ ହାଜତ ରେ ମହିଳା କର୍ମଚାରୀ ଥିଲେ ନା ନାହିଁ? ଯଦି ଥିଲେ ତେବେ, ପ୍ରିତିଙ୍କ ମୃତ୍ୟୁ ସମୟରେ ସେ କ’ଣ କରୁଥିଲେ? ଏହାସହ ତାଙ୍କ ସ୍ୱାମୀ ଆସିବା ପୂର୍ବରୁ କାହିଁକି ତରବାରିଆ ଭାବେ ମୃତଦେହକୁ ପୋଡାଗଲା ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡା ।

Leave a Reply

Your email address will not be published. Required fields are marked *