କୋଟପାଡ଼ରେ ଚାଷୀକୁ ଗଳା କାଟି ହତ୍ୟା, ସାଇନଟିଫିକ ଟିମର ତଦନ୍ତ

Spread the love

ଜୟପୁର : କୋଟାପାଡ଼ ଥାନା ଅଂହଚଳରେ ଚାଞ୍ଚଲ୍ୟ । ବଡ ତରଗିଆ ଗାଁ ରେ ଜଣେ ଚାଷୀ ଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୁତ । ନିଜ ଅମଳ ମକା ଫସଲ କୁ ଜବିବା ପାଇଁ ଖଳା ରେ ସୋଇଥିଲେ ସେ । ବିଳମ୍ୱିତ ରାତି ରେ ଦୁର୍ବୁତମାନେ ଏଭଳି କାଣ୍ଡ କରି ଚମ୍ପଟ ମରିଛନ୍ତି । ସକାଳୁ ରକ୍ତାକ୍ତ ଅବସ୍ଥାରେ ଚାଷୀ ଙ୍କ ଶବ ପଡିଥିବା ଜଣା ପଡିଥିଲା । ଖବର ପ୍ରଚାର ହେବା ପରେ ମୃତ ଚାଷୀ ଙ୍କ ପରବର ପକ୍ଷରୁ କୋଟପଡ ପୋଲିସ ଥାନା ରେ ଅଭିଯୋଗ କରିଥିଲେ । ସେପଟେ ସିଂଟିଫିକ ଟିମ ଓ ଅନୁ ସନ୍ଧାନୀ କୁକୁର କୁ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କୋଟାଡ଼ ଥାନା ଅଧିକାରୀ ଶେଷ ଦେବ ବେହେରା । ମୃତ ବ୍ୟକ୍ତି ଜଣକ ଚାବିଳ ବିଷୋୟୀ । ସେ ଅତି ଶାନ୍ତ ସରଳ ଓ ଅମାୟୀ ବ୍ୟକ୍ତି । ତାଙ୍କର କାହା ସହିତ କୌଣସି ଶତ୍ରୁତା ବି ନାହିଁ ଏସବୁ ସ୍ୱତ୍ୱେ କେଉଁ ଦୁର୍ବୁତିମାନେ କେଉଁ ଥିପାଇ ଏଭଳି କାଣ୍ଡ ଘାଟାଇ ଛନ୍ତି ସେମାନଙ୍କୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ତାଙ୍କ ସ୍ତ୍ରୀ ଦାବି କରିଛନ୍ତି । ଏକ ମାସ ହେବ ତାଙ୍କ ସାନ ବାପା ଘର ସହ କିଛି ଗଣ୍ଡଗୋଳ ଥିଲା ତା ଛଡା ବାହାରେ କୌଣସି ଗଣ୍ଡଗୋଳ ନାହିଁ ବୋଲି ମୃତ ଚବିରଙ୍କ ଭଉଣୀ କହିଛନ୍ତି । ଅନ୍ୟପଟେ ଗ୍ରାମରେ ଜଣେ ନିରୀହ ବ୍ୟକ୍ତି ଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କରିଥିବା ହତ୍ୟା କାରୀ ଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ବି ଦାବି କରିଛନ୍ତି । ଚବିଳ ଙ୍କ ମୃତ୍ୟୁ ପରେ ପରିବର ଏବଂ ଗ୍ରାମରେ ଶୋକକୁଳ ପରିବେଶ ଖେଳିଯାଇଛି ।ଘଟଣା ସ୍ଥଳରେ ସାଇନଟିଫିକ ଟିମ ପହଂଚିବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।ଘଟଣା ସ୍ଥଳରୁ ମୃତ ଚାବିଳ ଙ୍କ ଫୋନ କୁ ଜବତ କରିଛି ପୋଲିସ । ଚାବିଳଙ୍କ ପେଟ ରେ ଧାରୁଆ ଅସ୍ତ୍ର ରେ ଭୁଷିବା ପରେ ତାଙ୍କ ଗଳା କୁ କଟା ଯାଇଛି ।ବିଭିନ୍ନ ଦିଗକୁ ନେଇ ପୋଲିସ ପକ୍ଷତାରୁ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଶେଷଦେବ ବେହେରା କହିଛନ୍ତି ।

Leave a Reply

Your email address will not be published. Required fields are marked *