ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନଂ କଲୋନୀ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର। ତେବେ ଘଟଣା ସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ମାଡ ମାରିଛନ୍ତି ସ୍ଥାନୀୟ ବାସିନ୍ଦା।ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା। ଯାଜପୁର ଡ଼ୁବୁରୀରେ ଲେବର କାମ କରୁଥିବା ବେଳେ ରଙ୍ଗ ନମ୍ବରରୁ କଣ୍ଟାପାଳ ୪ ନଂ କଲୋନୀର ଜନନୀ ମୁଣ୍ଡା ସହ ପ୍ରେମ ବିବାହ କରିଥିଲେ।ସଞ୍ଜୟ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ। ବାହାଘର ପର ଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ। ଗତ କାଲି ଚାଉଳ କିଣିବା ପାଇଁ ବଜାରକୁ ଯାଇ ସେଠାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ ନେଇ ପ୍ରେମ ସମ୍ପର୍କର ସନ୍ତକକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା। ଏ ନେଇ ଖବର ପାଇଲା କଙ୍କଡ଼ାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now