ପତ୍ନୀଙ୍କ ଉପରକୁ କାର ଚଢାଇବା ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ନାମରେ ମାମଲା

Spread the love

ମୁମ୍ବାଇ: ପିଲ୍ମ ନିର୍ମାତା କମଲ କିଶୋର ମିଶ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାର ଅଭିଯୋଗ। ପତ୍ନୀଙ୍କ ହତ୍ୟା କରିବାକୁ କାରରେ ଧକ୍କା ମାରିଥିବା ନେଇ  ମାମଲା ଦାୟର । ପତ୍ନୀଙ୍କ ଅଭିଯୋଗ ଆଧାରରେ ଅମ୍ବୋଲି ଥାନାରେ ମିଶ୍ରା ବିରୋଧରେ ଧାରା ୨୭୯ ଓ ୩୩୮ରେ ମାମଲା ଦାୟର ହୋଇଥିଲା। ଏହି ଘଟଣାରେ ନିର୍ମାତାଙ୍କ ପତ୍ନୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପୁଲିସ ନିର୍ମାତାଙ୍କୁ ହଜାତକୁ ନେଇ ପଚରାଉଚରା ଚଳାଇଛି।

ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୯ ତାରିଖରେ ମିଶ୍ରା ତାଙ୍କୁ ହତ୍ୟା କରିବାକୁ କାର ଯୋଗେ ଧକ୍କା ଦେଇଥିଲେ, ଯେଉଁଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପତ୍ନୀ ନିର୍ମାତା କମଳଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ରେଡ ହ୍ୟାଣ୍ଡେଡ ଧରିଥିଲେ। ତେଣୁ ତାଙ୍କୁ ଜୀବନରୁ ମାରିବାକୁ କମଲ ଗାଡି ପତ୍ନୀଙ୍କ ଉପରେ ଚଢାଇ ଦେଇଥିଲେ। ଫଳରେ ପତ୍ନୀ ରାସ୍ତାରେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏହି ଘଟଣା ସେଠାରେ ଥିବା ସିସିଟିଭିରେ କଏଦ ହୋଇଥିଲା।

ଉଲ୍ଲେଖଯୋଗ୍ୟ, କମଳ କିଶୋର ୱାନ ଇଣ୍ଟରଟେନମେଣ୍ଟ ଫିଲ୍ମ ପ୍ରଡକ୍ସନ ନାମକ ଏକ ପ୍ରଡକ୍ସନ ହାଉସର ମାଲିକ। ସେ ଦେହାତୀ ଡିସ୍କୋ, ଶର୍ମାଜୀ କି ଲଗଗଇ, ଫ୍ଲାଟ ନମ୍ବର ୪୨୦, ଖଲିବଲ୍ଲି ପରି ଫିଲ୍ମ ନିର୍ମାଣ କରିଛନ୍ତି।

Leave a Reply

Your email address will not be published. Required fields are marked *