କୋର୍ଟ ପରିସରରେ ଗୁଳିମାଡ଼

Spread the love

COURT FIRING CASE..PKG

() କୋର୍ଟ ପରିସରରେ ଗୁଳିମାଡ଼। ଓକିଲ ବେଶରେ ଆସି ଦିଲ୍ଲୀର ସାକେତ କୋର୍ଟରେ ମହିଳାଙ୍କୁ ଗୁଳିମାଡ଼ କରିଛି ଦୁର୍ବୃତ୍ତ। ମହିଳାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଛି। କୋର୍ଟ ପରିସରରେ ୪ରୁ ୫ ରାଉଣ୍ଡ ଫାୟାରିଂକୁ ନେଇ ହଇଚଇ ଖେଳିଯାଇଥିଲା। ଅଭିଯୁକ୍ତ ହେଉଛି ବାର୍ କାଉନସିଲ ଦ୍ୱାରା ନିଲମ୍ୱିତ ଓକିଲ କାମେଶ୍ୱର ସିଂ। ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି ବିବାଦ ହୋଇଥିବା କୁହାଯାଉଛି।

ଦିଲ୍ଲୀ ସାକେତ କୋର୍ଟ ପରିସରରେ ଗୁଳିକାଣ୍ଡ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଜାରି ବିବାଦକୁ ନେଇ କୋର୍ଟରେ ଶୁଣାଣୀ ଥିଲା। ୪୦ ବର୍ଷୀୟା ମହିଳା ଜଣକ ମାମଲାରେ ସାକ୍ଷୀ ଦେବାକୁ କୋର୍ଟ ଆସିଥିଲେ। ଆଉ ସେତିକିବେଳେ ଅଭିଯୁକ୍ତ ଓକିଲ ବେଶରେ ଆସି ଲୟର୍ସ ବ୍ଲକ ପାଖକୁ ଆସି ମହିଳାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୋଟ୍ ୪ରୁ ୫ ରାଉଣ୍ଡ ଗୁଳି କରିଥିଲା ଅଭିଯୁକ୍ତ। ଆଉ ଗୁଳି କରି କ୍ୟାଣ୍ଟିନ୍ ପଛ ଗେଟ୍ ଦେଇ ଖସିଯାଇଥିଲା ଅଭିଯୁକ୍ତ। ଗୁଳି ମାଡ଼ରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆଗ ମ୍ୟାକ୍ସ ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୁକ୍ତ ଆଉ କେହି ନୁହେଁ ବାର୍ କାଉନସିଲ୍ ଦ୍ୱାରା ନିଲମ୍ୱିତ ଓକିଲ କାମେଶ୍ୱର ସିଂ ବୋଲି ଚିହ୍ନଟ କରାଯାଇଛି

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଅଭିଯୁକ୍ତକୁ ଗିରଫ କରିବାକୁ ତନାଘନା କରିଥିଲା ପୁଲିସ। ସେପଟେ କୋର୍ଟ ପରିସରରେ ଗୁଳିକାଣ୍ଡ ଘଟଣା ପ୍ରଥମ ଥର ହୋଇନି। ସେପ୍ଟେମ୍ୱର ୨୪, ୨୦୨୧ରେ ଓକିଲ ବେଶରେ ଦୁଇ ଦୁର୍ବୃତ୍ତ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଥିବା ଓକିଲ ଚାମ୍ୱରରେ ଗୁଳି କରି ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ମାନକୁ ହତ୍ୟା କରିଥିଲେ। ଅବଶ୍ୟ ପୁଲିସ ଦୁଇ ଆକ୍ରମଣକାରୀ ରାହୁଲ ତ୍ୟାଗୀ ଓ ଜଗଦୀଶ ଜଗାକୁ ମାରିବାରେ ସକ୍ଷମ ହୋଇଥିଲା। ଗଲା ଏପ୍ରିଲରେ ରୋହିଣୀ କୋର୍ଟରେ ଦୁଇ ଓକିଲ ଓ ତାଙ୍କ ମହକିଲଙ୍କ ଭିତରେ ଝଗଡ଼ାକୁ ନେଇ ଗୁଳିକାଣ୍ଡ ହୋଇଥିଲା। ଅଦାଲତରେ ନିଯୁକ୍ତ ନାଗାଲାଣ୍ଡ ସଶସ୍ତ୍ର ବଳର ଜଣେ ସିପାହୀ ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରିଥିଲେ। କୋର୍ଟ ପରିସରରେ ଏଭଳି ଗୁଳିକାଣ୍ଡକୁ ନେଇ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦେଶର ରାଜଧାନୀରେ ଆଇନ ବ୍ୟବସ୍ଥା ପୁରା ଭୁଷୁଡ଼ି ପଡ଼ିଛି ଏହାକୁ ନେଇ ଶସ୍ତା ରାଜନୀତି କରନ୍ତୁନି ଲୋକଙ୍କୁ ରାମଙ୍କ ଭରସାରେ ଛାଡ଼ି ଦିଆଯାଇପାରିବନି ଉପରାଜ୍ୟପାଳ ଆସିବା ପରଠୁ ଦିଲ୍ଲୀର ଆଇନବ୍ୟବସ୍ଥା ରସାତଳଗାମୀ ହେଉଥିବାର ଆରୋପ ଲଦିଛନ୍ତି ମନ୍ତ୍ରୀ ସୌରଭ ଭରଦ୍ୱାଜ୍ ଦିଲ୍ଲୀ ପୁଲିସ ୩୫୦ କୋଟି ଟଙ୍କାର ଭ୍ରଷ୍ଟାଚାରରେ ବୁଡ଼ିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *