ମିଶିଗନ ୟୁନିଭର୍ସିଟିରେ ୨ଟି ଗୁଳିମାଡ: ୩ ମୃତ

Spread the love

ୱାସିଂଟନ: ଆମେରିକାର ମିଶିଗନ ଷ୍ଟେଟ ୟୁନିଭର୍ସିଟି ପରିସରରେ ଦୁଇଟି ଗୁଳିକାଣ୍ଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଏମଏସୟୁ ପୁଲିସ କହିଛି କି, ୪୩ ବର୍ଷୀୟ ଅଭିଯୁକ୍ତ ଗୁଳିକାଣ୍ଡ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। ୟୁନିଭର୍ସିଟି ପରିସର ବାହାରୁ ସନ୍ଦିଗ୍ଧର ମୃତଦେହ ମିଳିଛି। ଗୁଳିମାଡ ପୂର୍ବରୁ ପରିସର ଭିତରେ ଥିବା ସିସିଟିଭିରୁ ପୁଲିସ ଅଭିଯୁକ୍ତର ଫଟୋ ଜାରି କରିଛି। ଫଟୋରୁ ଅଭିଯୁକ୍ତ ଜଣେ ଅଶ୍ବେତ ହୋଇଥିବା ବେଳେ ସେ ଗେଡା ଓ ତାର ମୁହଁରେ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ମିଶିଗନ ୟୁନିଭର୍ସିଟିର ବର୍କି ହଲ ଓ ଆଇଏମ ଇଷ୍ଟ ସେଣ୍ଟରରେ ଗୁଳିମାଡ ଘଟଣା ହୋଇଥିଲା। ପୁଲିସକୁ ସୋମବାର ରାତି ୮ଟାରେ ସୂଚନା ମିଳିଥିଲା କି, କମ୍ପାସରେ ଗୁଳିମାଡ ହୋଇଛି। ୧୦ ମିନିଟ ପରେ ଆଉ ଏକ ଯାଗାରେ ଗୁଳିକାଣ୍ଡ ନେଇ ସୂଚନା ମିଳିଲା। ଉଭୟ ଯାଗା ଭିତରେ ଦୂରତା ଏକ ମାଇଲ ହେବ।

ଗୁଳିକାଣ୍ଡକୁ ଦେଖି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଗୁଳିମାଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଛାତ୍ର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ସମସ୍ତ କ୍ଲାସକୁ ଆଗାମୀ ୪୮ ଘଣ୍ଟା ପାଇଁ ନିଲମ୍ବନ କରାଯାଇଛି। ସତର୍କତା ଦୃଷ୍ଟିରୁ ୩୦ ଫାୟାରଟ୍ରକ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ବାହାନଗୁଡିକୁ କ୍ୟାମ୍ପସ ବାହାରେ ନିୟୋଜିତ କରାଯାଇଛି।

ସେପଟେ, ଆମେରିକାରେ ଗନ ଫାୟାରିଂ ନିୟମିତ ଅଭ୍ୟାସରେ ପରିଣତ ହେଲାଣି। କିଛି ଦିନ ପୂର୍ବରୁ ଫ୍ଲୋରିଆରେ ହୋଇଥିବା ଫାୟାରିଂରେ ୧୦ ଜଣ ଆହତ ହୋଇଥିଲେ। ସେହିପରି ନର୍ଥ କୈରୋଲିନା ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସରକାର ଗନ ଫାୟାରିଂକୁ ନେଇ ଚିନ୍ତାରେ। ତେଣୁ ଦେଶରେ ଗନ ଲାଇସେନ୍ସକୁ ନେଇ ଥିବା ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛି ସରକାର। 

Leave a Reply

Your email address will not be published. Required fields are marked *