ନଗଦ ୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ଫରେଷ୍ଟର

Spread the love

ଲାଞ୍ଜିଗଡ:  ଭିଜିଲାନ୍ସ ଜାଲରେ ଫରେଷ୍ଟର। ଭବାନୀପାଟଣା ସଗଡା଼ ବନବିଭାଗ ଫରେଷ୍ଟର ଲକ୍ଷାଧିକ ଟଙ୍କା ସାଙ୍ଗରେ ନେଇ ଯାଉଥିବା ବେଳେ ମାଡିବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ଟଙ୍କା ସହ ଧରାପଡିଛନ୍ତି।

ଭବାନୀପାଟଣା ସଗଡା଼ ବନବିଭାଗ ଫରେଷ୍ଟର ନିଜ ଗାଁକୁ ଯାଉଥିଲେ। ଭବାନୀପାଟଣା ଇରିଗେଶନ ଛକଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଏକାକାଳୀନ ତାଙ୍କୁ ଘେରି ଯାଇଥିଲେ। ତାଙ୍କ ଯାଞ୍ଚ କାଳରେ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା ମିଳିଥିଲା। ଏହା ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି ପଚରା ଉଚରା କରୁଛି ଟିମ। ଏତେ ଟଙ୍କା କେଉଁଠୁ ଆସିଲା, କାହାଠାରୁ ଆସିଲା, କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ନେଇ ଯାତ୍ରା କରୁଛନ୍ତି ତାକୁ ନେଇ ପଚରାଉଚରା ଚାଲିଥିବା ବେଳେ କିନ୍ତୁ ମାଝୀ ଏହାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଏହା ପରେ ତାଙ୍କ ବାସଭବନ, ଅଫିସ, ଘର ଓ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ଭିଜିଲାନ୍ସ ଟିମ।

ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ଲାଞ୍ଚ ଓ ଦୁର୍ନୀତି ନେଇ ବହୁ ଅଭିଯୋଗ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *