ଲୋନ କରେଇ ଦେବା ନାମରେ ଠକେଇ

Spread the love

ଗଞ୍ଜାମ: ମହିଳା ଗୃପ ଲୋନ କରିଦେବାକୁ କହି ଠକେଇ। 18 ଜଣ ମିହିଳାଙ୍କ ଠାରୁ 80 ହଜାର ଟଙ୍କା ଠକିନେଲେ ଦମ୍ପତ୍ତି। ଟଙ୍କା ବଦଳରେ ନିଜ 3 ଝିଅ ଓ ଗୋଟିଏ ପୁଅକୁ ମାହିଳାଙ୍କ ଜିମା ରଖି ଠକେଇ କରିଥିବା ଦମ୍ପତି ଫେରାରl ଅନ୍ୟପଟେ ହଡପ ଟଙ୍କା ଫେରସ୍ତ ଦାବି ସହିତ,୪ ପିଲାମାନଙ୍କୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା।

ଆପଣ ମହିଳା ଗ୍ରୁପ ଲୋନ ନେବାକୁ ଚାହୁଁଛନ୍ତି କି? ସାବଧାନ ଅଞ୍ଚଳରେ  ବିଭିନ୍ନ ସଂସ୍ଥାର କର୍ମଚାରୀ କହି ବୁଲୁଛନ୍ତି ଠକ l ମୋଟା ଅଙ୍କର ଲୋନ କରାଇଦେବାକୁ କହି ଡକୁମେଣ୍ଟ ସହିତ ଅଗ୍ରିମ ପ୍ରୋସେସିଙ୍ଗ ଚାର୍ଜ ବାବଦକୁ ଟଙ୍କା ଆଦାୟକରି ଚମ୍ପଟ ମାରୁଛନ୍ତି ଠକ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ଶିକରପୁର ସାହିରେ l

କିଛି ଦିନ ପୂର୍ବେ ଏକ ଦମ୍ପତି ସାହିକୁ ଆସି ନିରୀହ ମହିଳା ମାନଙ୍କୁ ମୋଟା ଅଙ୍କର ଗ୍ରୁପ ଲୋନର ପ୍ରଲୋଭନ ଦେଖାଇ 18 ଜଣ ମହିଳାଙ୍କ ଠାରୁ ତିନି ହଜାର ଟଙ୍କା ଲେଖାଏଁ ଅଗ୍ରିମ ରାଶି ନେଇଥିଲେ l ଟଙ୍କା ନେବାର ଏକ ସପ୍ତାହ ପରେ ଲୋନ ଟଙ୍କା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ତେବେ ଦୁଇସପ୍ତାହ ପରେ ଲୋନ ଟଙ୍କା ନମିଳିବାରୁ ମହିଳା ମାନେ ଦାମ୍ପତିଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ। ଦମ୍ପତି ଲୋନ ଟଙ୍କା ସାଙ୍କସନ ହୋଇନାହିଁ ବୋଲି କହିଥିଲେ। କିନ୍ତୁ ପରେ ଦମ୍ପତି ଟଙ୍କା ବଦଳରେ ନିଜ ତିନି ଝିଅ ଓ ଗୋଟିଏ ପୁଅକୁ ମହିଳା ମାନଙ୍କ ଜିମା ଦେଇ ଫେରାର ହୋଇଯାଇଛନ୍ତି। ଯାହା ଏବେ ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନ୍ୟପଟେ ଫେରାର ଦମ୍ପତିଙ୍କ ସହିତ କୌଣସି ଯୋଗାଯୋଗ ହୋଇ ନପାରିବାରୁ ୪ଜଣ ପିଲାଙ୍କ ସୁରକ୍ଷାକୁ ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ ମହିଳାମାନେ l ତେବେ ଠକେଇ ଟଙ୍କା ତୁରନ୍ତ ଫେରସ୍ତ ସହ ନ୍ୟାୟ ଦାବି କରିଛନ୍ତି ମହିଳା ମାନେ।

ପୀତବାସ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *