ଦ୍ରୁତ ଗତିରେ ଚାଲିଛି ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ

Spread the love

ପୁରୀ: ଶ୍ରୀ କ୍ଷେତ୍ର ପୁରୀରେ ଦ୍ରୁତ ଗତିରେ ଚାଲିଛି ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ।  ଏଥିରେ ସହର ବାସୀଙ୍କ ସମେତ ଓଡିଶାର ବିଭିନ୍ନ ସ୍ଥାନ ରୁ ଆସୁଥିବା କ୍ରୀଡ଼ାବିତ ଏକ ଉତ୍ତମ ବାତାବରଣ ସହ ଉର୍ନତ ଧରଣ ଖେଳ ପଡିଆ ଏବଂ ଇଣ୍ଡୋର ଗେମ ଆଦି ସମସ୍ତ ସୁବିଧା ପାଈ  ପାରିବେ ।  ଏହି ଷ୍ଟାଡିୟମକୁ ମହାପ୍ରଭୁ ଜଗନ୍ନାଥ ଙ୍କ ନାମ ରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ରଖାଯିବା ସହ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହାର ସମସ୍ତ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ପୁରୀର ପେଣ୍ଠକଟାସ୍ଥିତ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତି ରେ ଆଗେଇ ଚାଲିଛି । ପ୍ରାୟ ୧୩ ଏକର ପରିମିତ ଉକ୍ତ ଅଞ୍ଚଳରେ କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, କୁସ୍ତି, ଜିମ୍ନାଷ୍ଟିକ୍, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ଷ୍ଟାଡିୟମରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରୀଡା ସାମଗ୍ରୀ ଉପଲବ୍ଧ ହେବା।  ପ୍ରଶିକ୍ଷଣ ଏବଂ ଅଭ୍ୟାସ କରିବାକୁ କ୍ରୀଡ଼ାବିତ ମାନେ ସହର ବାହର କୁ ଯାଉଛନ୍ତି। ଏଥି ପାଇଁ ଶହେ ଶଯ୍ୟା ବିଶିଷ୍ଟ ସ୍ପୋର୍ଟ୍ସ ହଷ୍ଟେଲ ନିର୍ମାଣ କରାଯିବ ଯାହା ଦ୍ବାରା ଖେଳାଳିମାନେ ଉପକୃତ ହେବେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହର ବାସୀଙ୍କ ନିମନ୍ତେ ଏହି ଷ୍ଟାଡିୟମ ଭେଟି ଦେଇଛନ୍ତି। ଯାହାକୁ ପୁରୀ ସହର ବାସୀ ଓ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି। ତେବେ ଆସନ୍ତା ବର୍ଷ ଶେଷ ସୁଦ୍ଧା ଷ୍ଟାଡିୟମ କାର୍ଯ୍ୟ ସାରିବାଲାଗି ରାଜ୍ୟସରକାର ଲକ୍ଷ ରଖିଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚୀବ ସ୍ୱତନ୍ତ୍ର ଭାବେ ସମୀକ୍ଷା କରୁଛନ୍ତି । ଏହି ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ ହେବା ଦ୍ଵାରା କ୍ରିକେଟ ସହ ବିଭିନ୍ନ ଖେଳ କୁଦ ରେ ରୁଚି ରଖୁଥିବା କ୍ରୀଡ଼ାବିତ ମାନେ ନିଜର ଉଜ୍ୱଳ ଭବିଷ୍ୟତ ଗଢ଼ିପାରିବେ ।

ପୁରୀକୁ ହେରିଟେଜ ସିଟି କରିବା ଲାଗି ରାଜ୍ୟସରକାରଙ୍କ ପକ୍ଷରୁ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ ଶ୍ରୀ ସେତୁ ଏବଂ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଅନେକ ନୂତନ ପ୍ରକଳ୍ପର କାମ ଖୁବ ଶୀଘ୍ର ଶେଷ ହେବ ।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *