ଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Spread the love

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ। ମିୟାମାରର ଜଣେ ମହିଳାଙ୍କୁ ଦିଲ୍ଲୀରେ ୪ ଜଣ ଗଣଦୁଷ୍କର୍ମ କରିଥିବା ମଙ୍ଗଳବାର ପୁଲିସ ସୂଚନା ଦେଇଛି। ଏସମ୍ପର୍କରେ ବିଦେଶିନୀ ଅଭିଯୋଗ କରିଛନ୍ତି କି, ସେ ଅଟୋ ରିକ୍ସାରେ ଯାଉଥିବା ବେଳେ ଅଟୋ ଡ୍ରାଇଭର କାଲନ୍ଦି କୁଞ୍ଜ ନିକଟରେ ତାଙ୍କୁ ବେହୋସ କରି ଅପହରଣ କରି ନେଇଯିବା ପରେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା।

ଦିଲ୍ଲୀ ପୁଲିସ ମୁତାବକ, ମହିଳା ଜଣଙ୍କ ମିୟାମାର ଅଧିବାସୀ ହୋଇଥିବା ବେଳେ ଦିଲ୍ଲୀରେ ଜଣେ ପଞ୍ଜିକୃତ ଶରଣାର୍ଥୀ ଭାବେ ରହୁଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ  ଆଇପିସିର ଧାରା ୩୬୫, ୩୬୮, ୩୭୬ଡି, ୩୨୩ ଓ ୫୦୬ ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କ ମୁତାବକ, ସେ ସାଉଥ ଇଷ୍ଟ ଦିଲ୍ଲୀର କୌଣସି ଯାଗାକୁ ତାଙ୍କ ଝିଅଙ୍କ ଚିକିତ୍ସା ପାଇଁ ସ୍ବାମୀଙ୍କ ସହ ଯାଇଥିଲେ। ଅଟୋ ଡ୍ରାଇଭର ତାଙ୍କୁ ଅଚେତ କରି ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା ଓ ସେଠାରେ ତାଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିଲେ।

ଏହା ପୂର୍ବରୁ ଫେବୃଆରୀ ୩ ତାରିଖରେ ଜଣେ ତିନି ବର୍ଷର ଶିଶୁକୁ ଫତେପୁର ଅଞ୍ଚଳରେ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *