ଜନ୍ମକଲା ମାକୁ ହତ୍ୟାକରି ତିନି ମାସ ଲୁଚାଇ ଥିଲା ଝିଅ

Spread the love

ମୁମ୍ବାଇ: ଜନ୍ମକଲା ମାକୁ ହତ୍ୟା କରି ତିନି ମାସ ଲୁଚାଇଥିଲା ଝିଅ। ଏପରି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର କାଲାଚୌକି ଅଞ୍ଚଳରେ । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ…

ସୂଚନା ମୁତାବକ, ସ୍ୱାମୀଙ୍କ ମୃତ୍ୟୁପରେ ବୀଣାଦେବୀ (55) ଝିଅ ରିମ୍ଫଲ ସହ ମୁମ୍ୱାଇର କାଲାଚୌକି ଅଞ୍ଚଳରେ ଇବ୍ରାହିମ ଆପାର୍ଟମେଣ୍ଟରେ ବାସ କରୁଥିଲେ । 23 ବର୍ଷିୟା ଝିଅ ରିମ୍ପଲର ସମସ୍ତ ପଢାଖର୍ଚ୍ଚ ବୀଣାଦେବୀଙ୍କ ଭାଇ  ବହନ କରୁଥିଲେ । କିନ୍ତୁ କୌଣସି କାରଣରୁ କିଛିମାସ ହେବ ବୀଣା ଦେବୀଙ୍କ ସହ ଯୋଗାଯୋଗ କରିପାରୁନଥିଲେ ତାଙ୍କ ଭାଇ । ଫଳରେ  ଭଉଣୀଙ୍କ ଭଲମନ୍ଦ କଥା ବୁଝିବାରେ ଅସମର୍ଥ ଥିଲେ ରିମ୍ପଲଙ୍କ ମାମୁଁ ।

ଏପରିକି ଯଦି କୌଣସି ବନ୍ଧୁ ବାନ୍ଧବ ବୀଣା ଦେବୀଙ୍କୁ ଦେଖା କରିବାକୁ ଯାଉଥିଲେ ତାଙ୍କୁ କୌଣସି ନା କୌଣସି ବାହାନା ଦେଖାଇ ଫେରାଇ ଦେଉଥିଲା ଝିଅ ରିମ୍ପଲ । କଲୋନୀର ଲୋକଙ୍କ ନଜରଙ୍କୁ ମଧ୍ୟ ବୀଣାଦେବୀ ବହୁ ମାସ ଧରି ଦେଖାଦେଇ ନଥିଲେ । କିଛି ଦିନ ତଳେ ବୀଣା ଦେବୀଙ୍କ ପୁତୁରା ତାଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଝିଅ ରିମ୍ପଲ ସମାନ ବାହାନା ଦେଖାଇ ତାଙ୍କୁ ସେଠାରୁ ପଠାଇ ଦେଇଥିଲେ । ଏଥିରେ ତାଙ୍କୁ ସାମାନ୍ୟ ସନ୍ଦେହ ହୋଇଥିଲା ଓ ସେ ତାଙ୍କ ବାପାଙ୍କୁ ସବୁକଥା ଜଣାଇଥିଲେ । ବୀଣା ଦେବୀଙ୍କ ଭାଇ କିନ୍ତୁ ଏଥର ଯାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ପୁଲିସ ଅଭିଯୋଗ ଆଧାରରେ ବୀଣାଦେବୀ ରହୁଥିବା ଇବ୍ରାହିମ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ।  ପଚରାଉଚରା ବେଳେ ଝିଅ ରିମ୍ପଲ ପୋଲିସକୁ ବାରମ୍ବାର ମିଛ କହି କଥା ଏଡେଇବାକୁ ବସିଥିଲା  କିନ୍ତୁ ଘରୁ ବାହାରୁଥିବା ଦୁର୍ଗନ୍ଧରୁ ପୁଲିସ ଘର ଭିତରକୁ ଯାଇ ଖୋଜ ଖୋଜି ଆରମ୍ଭ କରିଥିଲା । ପରେ ଘରେ ଥିବା ଆଲମାରୀ ରୁ ବୀଣା ଦେବୀଙ୍କ କଟା ମୁଣ୍ଡ ମିଳିଥିଲା ଯାହା ଗଳିତ ଅବସ୍ଥାରେ ଥିଲା । ଅଧିକ ଛାନଭିନ ପରେ ପାଣି ଟାଙ୍କିରୁ ତାଙ୍କ ଗଣ୍ଡି ଉଦ୍ଧାର ହୋଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏଥିରୁ ରିମ୍ପଲ ତାଙ୍କ ମାଙ୍କ ହତ୍ୟା କରିଥିବା ଜାଣି ପୋଲସ ତାଙ୍କୁ ଗିରଫ କରି ହେପାଜତକୁ ନେଇଛି  ଓ ଘଟଣାର ଛାନଭିନ ପାଇଁ ପଚରା ଉଚରା ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରିମ୍ପଲ ପୋଲିସକୁ କିଛି ନ କହିଥିବା ଜଣାପଡଛି ।

Leave a Reply

Your email address will not be published. Required fields are marked *