ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା , ୨ୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା

ଆଜି ବି ଯାଜପୁରରେ ବିଭିନ୍ନ ସ୍ଥାନରେ ଛାଉଣୀ କରିଛି ପୋଲିସ। କ୍ରାଇମବ୍ରାଞ୍ଚ ଟିମ ଜାରି ରଖିଛି ତନାଘନା। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଓ ବିରଜା ହାଟ ପୁନର୍ବାର ଖୋଲିବା ନେଇ ଗଣ୍ଡଗୋଳ ଘଟଣା, ଦିତୀୟ ଦିନରେ କ୍ରାଇମବ୍ରାଞ୍ଚର ଜାରି ରହିଛି ତନାଘନା, ଆକ୍ରମଣ ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ଟିମ। ଅନ୍ୟପଟେ ବିରଜା ମନ୍ଦିର ନିକଟସ୍ଥ ଗଣ୍ଡଗୋଳ ସ୍ଥଳକୁ ଯାଇ ମଧ୍ୟ ଘଟଣାର ତନାଘନା କରୁଛି ଆଉ ଏକ ଟିମ। ଗତକାଲି ସନ୍ଧ୍ୟାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ତଥା ପୂର୍ବତନ ପୌର ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ। ତିନୋଟି ମାମଲାର ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ଭବଙ୍କୁ ପୁନର୍ବାର ଜିଲ୍ଲା ସେଲକୁ ପଠାଇ ଦିଆଯାଇଥିଲା। ଆଉ ଗୋଟିଏ ପଟେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ମଧ୍ୟ ଯାଜପୁରରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ ଓ ଏହାର ସମୀକ୍ଷା କରୁଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ଜିଲ୍ଲାର ତଥା ସଂପୃକ୍ତ ଥାନା ଦୁଇଟିର ବରିଷ୍ଠ ଅଧିକାରୀ ମାନଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ବିରଜା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତ୍ୱରାନ୍ୱିତ ଓ ଉନ୍ନତିକରଣ ପ୍ରସଙ୍ଗକୁ ନେଇ ଫେସ୍ ବୁକ୍ ଓ  ଟୁଇଟର ଜରିଆରେ ଟିପ୍ପଣୀ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *