ସୋରରେ ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ

ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ବ୍ଲକ ବୁଲି ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ। ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ସୋରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ । ଗସ୍ତ ସମୟରେ ଏହି ଦଳ ସୋର ବ୍ଲକ ସ୍ଥିତ ସୁନାରୀ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ I ଏହା ପରେ ସିମୁଳିଆ ବ୍ଲକର କ୍ଷୀରକୋଣା ଓ ମାର୍କୋଣା ଏବଂ ସଦର ବ୍ଲକ ର ବର୍ଦ୍ଧନପୁର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ I ଉକ୍ତ ଗସ୍ତ ସମୟରେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପି କେ ରାୟଙ୍କ ନେତୃତ୍ୱରେ ଏହି ଚାରି-ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗୁଡିକୁ ବ୍ୟାପକ ପରିଦର୍ଶନ କରିଥିଲେ ଏବଂ କ୍ଷୟକ୍ଷତିର ପରିମାଣ ଏବଂ ଆବଶ୍ୟକ ଥଇଥାନ ପଦକ୍ଷେପର ମୂଲ୍ୟାଙ୍କନ କରିବା ପାଇଁ ପ୍ରଭାବିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ I  ଏହି ସମୀକ୍ଷାରେ ସଡ଼କ, ବିଦ୍ୟୁତ ଯୋଗାଣ, ରିଲିଫ ବଣ୍ଟନ ଏବଂ ଘର କ୍ଷୟକ୍ଷତି ସମେତ ଭିତ୍ତିଭୂମିର କ୍ଷତି ବିଷୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା I ଏହି ଟିମ୍ ବିଶେଷ କରି କୃଷି ଜମି ଓ ଫସଲ ଉପରେ ପଡୁଥିବା ପ୍ରଭାବ ଉପରେ ଗୁରୁତ୍ୱାରୋପ କରିବା ସହିତ ଆବାସିକ ସମ୍ପତ୍ତିର କ୍ଷୟକ୍ଷତି ଓ ବାସିନ୍ଦାଙ୍କ ବିସ୍ଥାପନ ବିଷୟରେ ପଚାରି ବୁଝିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଅତ୍ୟାବଶ୍ୟକ ସେବା ଓ ରିଲିଫ ବଣ୍ଟନର ସ୍ଥିତି ସହିତ ପଶୁଧନର କ୍ଷତି ଓ ମତ୍ସ୍ୟଚାଷ ଜନିତ ପ୍ରଭାବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *