କାହିଁକି କୋର୍ଟରେ ହାଜର ହେଉ ନାହାନ୍ତି ଶ୍ରଦ୍ଧାଞ୍ଜଳି

Spread the love

() ଆଜି  କୋର୍ଟ ରେ ଭରଚୁଆଲ ମାଧ୍ୟମରେ  ହାଜିର  ହେଲେ ଲେଡି ବ୍ଲାକ ମେଲର ଅର୍ଚନା ନାଗ, ସ୍ୱାମୀ ଜଗବନ୍ଧୁ  ଚାନ୍ଦ, ସହଯୋଗୀ  ଖଗେଶ୍ୱର ।କିନ୍ତୁ   ହାଜର ହେଲେନି  ଶ୍ରଦ୍ଧାଞ୍ଜଳି। ସ୍ୱାସ୍ଥ୍ୟଗତ  ସମସ୍ୟା ଦର୍ଶାଇ ଆସିଲେ  ନାହିଁ କୋର୍ଟ। ଆସନ୍ତା  7 ତାରିଖରେ ଆସି  ହାଜିର  ହେବାକୁ ପୁଣି ନିର୍ଦେଶ ଦେଇଛନ୍ତି କୋର୍ଟ। ଅନ୍ୟପଟେ ଆସନ୍ତା 2 ତାରିଖରେ  ଖଗେଶ୍ୱରଙ୍କ ଜାମିନକୁ ନେଇ ହେବ ଶୁଣାଣି ।

ବହୁ ଚର୍ଚ୍ଚିତ ଅର୍ଚନା ନାଗ ମାମଲାରେ କୋର୍ଟରେ ଭରଚୁଆଲ ମାଧ୍ୟମରେ  ହାଜିର  ହେଲେ ଲେଡି ବ୍ଲାକମେଲର ଅର୍ଚନା ନାଗ, ସ୍ୱାମୀ ଜଗବନ୍ଧୁ  ଚାନ୍ଦ, ସହଯୋଗୀ  ଖଗେଶ୍ୱର। କିନ୍ତୁ ହାଜର ହେଲେନି ଶ୍ରଦ୍ଧାଞ୍ଜଳି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଆସିଲେ ନାହିଁ। ତେବେ କାହିଁକି କୋର୍ଟରେ ହାଜିର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି? କାହିଁକି ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଲଢ଼ୁଛନ୍ତି ଦୁଇ ଦୁଇ ଜଣ ଆଡ଼ଭୋକେଟ ତାକୁ ନେଇ ବି ବଢୁଛି ଦ୍ବନ୍ଦ୍ବ। ଶ୍ରଦ୍ଧାଞ୍ଜଳି କୁ ରହିଛି କି ଗିରଫ ର ଭୟ??? ସ୍ୱାସ୍ଥ୍ୟଗତ ସମସ୍ୟା ସତ ନା ମିଛ? ଏସବୁ ନେଇ ବଢୁଛି ଚର୍ଚ୍ଚା। ତେବେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଭିସିରେ ହାଜର ହୋଇଥିବା ବେଳେ କୋର୍ଟରେ ଉପସ୍ଥିତ ଥିଲେ ED ର ତଦନ୍ତକାରୀ ଟିମ, ଅର୍ଚ୍ଚନା ଜଗବନ୍ଧୁ ଓ  ଖଗେଶ୍ୱରଙ୍କ ଓକିଲ ସମେତ ଶ୍ରଦ୍ଧାଞ୍ଜଳିଙ୍କ ଦୁଇ ଦୁଇ ଜଣ ଓକିଲ।

ସେପଟେ ଶ୍ରଦ୍ଧାଞ୍ଜଳି  କୋର୍ଟରେ   ହାଜର ନ ହେବା ନେଇ ଯୁକ୍ତି ବାଢିଛନ୍ତି ଖଗେଶ୍ୱରଙ୍କ ଓକିଲ। ହନିଟ୍ରାପ ବ୍ଲାକ ମେଲିଙ୍ଗ ଘଟଣାରେ 3ଅଭିଯୁକ୍ତ ଏବେ ଜେଲରେ. ହେଲେ ବିଭିନ୍ନ ଆଳ ଦେଖାଇ କୋର୍ଟଙ୍କୁ  ଠକୁଛନ୍ତି ଶ୍ରଦ୍ଧାଞ୍ଜଳି । ଅନ୍ୟପଟେ ପ୍ରଥମ ଥର ପାଇଁ କୋର୍ଟ ରେ ଖଗେଶ୍ୱରଙ୍କ ପାଇଁ ଜାମିନ ଆବେଦନ କରିଛନ୍ତି ଖଗେଶ୍ୱରଙ୍କ ଓକିଲ। ବ୍ଲାକ ମେଲିଙ୍ଗ ଘଟଣାରେ ଖଗେଶ୍ୱରଙ୍କ କୌଣସି ସମ୍ପୃକ୍ତି ନ ଥିବା କହିଛନ୍ତି  ଖଗେଶ୍ୱରଙ୍କ ଓକିଲ।

ହନି ଟ୍ରାପ ବ୍ଲାକ ମେଲିଙ୍ଗ ଘଟଣାରେ ହାଇକୋର୍ଟରେ ଆଗୁଆ ଆବେଦନ କରୁଛନ୍ତି ଶ୍ରଦ୍ଧାଞ୍ଜଳି।ହେଲେ ଜାମିନ ଖାରଜ ହେବା ପରେ ଏବେ ଗିରଫ ଭୟରେ ଲୁଚକାଳି ଖେଳୁଛନ୍ତି ଶ୍ରଦ୍ଧାଞ୍ଜଳି।ଏବେ ଦେଖିବାକୁ ବାକି ରହିଲା କେବେ କୋର୍ଟ ରେ ହାଜର ହେଉଛନ୍ତି ଶ୍ରଦ୍ଧାଞ୍ଜଳି।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *