କଳା ଡାଏରୀ ଓ ୪୨ କୋଟିର ରହସ୍ୟ

Spread the love

ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମହାଘୋଟାଲାର ତଦନ୍ତରେ ମିଳୁଛି ପୁଳା ପୁଳା ଟଙ୍କା । ଅର୍ପିତା ମୁର୍ଖାର୍ଜୀଙ୍କ ଦ୍ଵିତୀୟ ଘରୁ ଇଡି ପୁଣି ୨୦ କୋଟି ଟଙ୍କା ସହ ୩ କେଜି ସୁନା ଜବତ କରିଛି । ମେସିନ ଲଗାଇ ଇଡି ପକ୍ଷରୁ ଟଙ୍କା ଗଣା ଚାଲିଛି । ଏହାକୁ ମିଶାଇ ଏହି ମହାଘୋଟାଲାରେ ୪୨ କୋଟି ଟଙ୍କା ଜବତ କରାଯାଇଛି । ପୁର୍ବରୁ ଅର୍ପିତାଙ୍କ ଘରୁ ୨୨ କୋଟି ଟଙ୍କା ଜବତ କରାଯାଇଥିଲା । ଯେଉଁଥିରେ ଭାରତୀୟ ମୁଦ୍ରା ସହ ବିଜେଶୀ ମୁଦ୍ରା ମଧ୍ୟ୍ୟ ଥିଲା । ଏହି ସମୟରେ ଅର୍ପିତାଙ୍କ ଘରୁ ୨୦ ରୁ ଅଧିକ ଫୋନ ବିଭିନ୍ନ କମ୍ପାନୀର କାଗଜପତ୍ର ଜବତ କରାଯାଇଛି । ଅର୍ପିତାଙ୍କ ଦ୍ଵିତୀୟ ଘର ବ୍ଲାକ ଟାଉନ ଆର୍ପାଟମେଣ୍ଟରେ ବିପୁଳ ଟଙ୍କା ଲୁଚାଇ ରଖାଯାଇଥିବା ଇଡିକୁ ସୁଚନା ମିଳିଥିଲା । ଏହାକୁ ଆଧାର କରି ଇଡି ପକ୍ଷରୁ ତାଙ୍କ ଘର ରେଡ କରାଯଆଇଥିଲା । ମେସିନ ଲଗାଇ ଟଙ୍କା ଗଣାଯଆଇଥିଲା ।

ଏହି ଘଟଣାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାର୍ଟାର୍ଜୀଙ୍କୁ ଗିରଫ କରାଯାଇଛି । ଇଡି ପକ୍ଷରୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରାଯାଉଛି । ଖାସ କରି ଏକ କଳା ଡାଏରୀ କୁ ନେଇ ଇଡି ତାଙ୍କୁ ତନାଘନା କରି ପ୍ରଶ୍ନ କରୁଛି । ସେହି ବ୍ଲାକ ଡାଏରୀ ଯାହାକୁ ଇଡି ଚଢାଉ ସମୟରେ ଅର୍ପିତାଙ୍କ ଘରୁ ଜବତ କରିଛି। ଏହି ଡାଏରୀରେ ଅନେକ ଗୁଡିଏ ରହସ୍ୟ ଲୁଛି ରହିଛି ବୋଲି ଇଡି ସନ୍ଦେହ କରୁଛି ଯାହାର ପର୍ଦ୍ଦାଫାଶ ହୋଇପାରିବ ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *