ଅବୈଧ ସମ୍ପର୍କ ଦମ୍ପତ୍ତିଙ୍କ ସମେତ ୩ ଜଣଙ୍କ ଜୀବନ ନେଇଗଲା। ହରିଆଣାର ଜିନ୍ଦରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଆଗ ପତ୍ନୀ ପୂଜା ବିବାହିତ ଦିଅର ତଥା ବୟଫ୍ରେଣ୍ଡ୍ ସୋନୁ ସହ ମିଶି ସ୍ୱାମୀ ସୁରେନ୍ଦ୍ରଙ୍କୁ କରେଣ୍ଟ ଲଗାଇ ମାରିଦେଲେ। ଆଉ ହୃଦଘାତରେ ମୃତ୍ୟୁ ଦର୍ଶାଇ ଅନ୍ତିମ ସଂସ୍କାର ବି କରିଦିଆଗଲା। ଆଉ ଯେବେ ସୋନୁ ସହ ତାଙ୍କର ଅବୈଧ ସମ୍ପର୍କର ରହସ୍ୟ ଖୋଲିଥିଲା, ପୂଜା ବି ବିଷ ଖାଇ ନିଜ ଜୀବନ ହାରିଦେଲେ। ଆଉ ପ୍ରେମିକାର ଆତ୍ମହତ୍ୟା କରିଦେଇଥିବା ଦେଖି ପ୍ରେମିକ ସୋନୁ ବି ଘରୁ ଫେରାର୍ ହୋଇଗଲା। ଲୋକଙ୍କ ଟାହିଟାପରା ସହିନପାରି ଶେଷରେ ସୁରେନ୍ଦ୍ରଙ୍କ ମାଆ ବି ଫାଶୀ ଦେଇ ଝୁଲିପଡ଼ିଲେ। ପୁଲିସ ଅଭିଯୁକ୍ତ ସୋନୁକୁ ଗିରଫ କରିଛି। ତେବେ ଏହି ୩ ଜଣଙ୍କ ମୃତ୍ୟୁ ପଛର ରହସ୍ୟ ଚପଲରୁ ମିଳିଥିଲା ପୁଲିସକୁ। ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ନେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now