ନୂପୁର ଶର୍ମାଙ୍କ ବିବାଦିତ ବୟାନ ପରେ ଭାରତ ବିରୋଧରେ ସାଇବର ଯୁଦ୍ଧ

Spread the love

ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦିତ ବୟାନ ପରେ ଦେଶବ୍ୟାପୀ ହିଂସା ଜାରି ରହିଛି। ଏହା ମଧ୍ୟରେ ଅହମଦାବାଦ କ୍ରାଇମ ବ୍ରାଞ୍ଚ କହିଛନ୍ତି କି, ଏହି ଘଟଣା ପରେ  ମାଲେସିଆ ଓ ଇଣ୍ଡୋନେସିଆର ମୁସଲିମ ହ୍ୟାକର ଭାରତ ବିରୋଧରେ ସାଇବର ଯୁଦ୍ଧ ଜାରି କରି ଦେଇଛନ୍ତି।  ଦୁଇଟି ହ୍ୟାକର ଗ୍ରୁପ ଡ୍ରାଗନ ଫୋର୍ସ ମାଲେସିଆ ଓ ହେକ୍ଟିଭିଷ୍ଟ ଇଣ୍ହିନୋସିଆ ଭାରତ ବିରୋଧରେ ଜାରି ରଖିଛନ୍ତି ଆକ୍ରମଣ। ଅହମଦା ବାଦର ସାଇବର କ୍ରାଇମ ବ୍ରାଞ୍ଚ ଅନୁଯାୟୀ ହ୍ୟାକର ଗ୍ରୁପ ଦୁଇଟି ସାରା ବିଶ୍ବର  ବିଶ୍ବର ହ୍ୟାକରଙ୍କୁ ଭାରତ ଉପରେ ସାଇବର ଆକ୍ରମଣ କରନ୍ତୁ। ଏହି ଗ୍ରୁପ ଦୁଇଟି ଦ୍ବାରା ୨ ହଜାରରୁ ଅଧିକ ୱେବସାଇଟକୁ ହ୍ୟାକ କରାଯାଇଛି।  ହ୍ୟାକର ନୂପୁରଙ୍କ ଘର ଓ ତାଙ୍କ ବ୍ୟକ୍ତିଗତ ସୂଚନାକୁ ଅନଲାଇନରେ ସାର୍ବଜନୀନ କରି ଦେଇଛନ୍ତି। ଏହାକୁ ନେଇ ଅହମଦାବାଦ  କ୍ରାଇମ ବ୍ରାଞ୍ଚ ଦୁଇ ହ୍ୟାକର ଗ୍ରୁପକୁ ନୋଟିସ କରି ଇଣ୍ଟରପୋଲ ଲୁକଆଉଟ ନୋଟିସର ଉଲ୍ଲେଖ କରିଛି।

ବିବାଦିତ ବୟାନ ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଛି ଓ ନୂପୁରଙ୍କ ନାମରେ ଏଫଆଇଆରମାନ ଦାୟର କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟ ଏହି ବିବାଦପୂର୍ଣ୍ଣ ବୟାନ ପାଇଁ ନୂପୁରଙ୍କୁ ତିରସ୍କାର କରିବାକୁ ମଧ୍ୟ ପଛାଇ ନାହାନ୍ତି।

Leave a Reply

Your email address will not be published. Required fields are marked *