ଯାଜପୁର ବରୀରେ ନାବାଳିକା ଦୁଷ୍କର୍ମ ଘଟଣା। ଘଟଣାରେ ପୋଲିସର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ। ଦୁଷ୍କର୍ମକାରୀ ସହ ଏଥିରେ ସହଯୋଗ କରିଥିବା ଅନ୍ୟ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବରୀ ରାମଚନ୍ଦ୍ରପୁର ଥାନା ପୋଲିସ। ସ୍ଥାନୀୟ ଅଂଚଳର ଜନୈକା ୮ ବର୍ଷର ନାବାଳିକାକୁ ଜଣେ ଘର ପାଖ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତକୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ଗିରଫ କରଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲେ ଅରକ୍ଷିତ ପରିଡା ଓରଫ କାଳନ୍ଦୀ। ବୟସ ପାଖାପାଖି ୫୮ବର୍ଷ। କାଳନ୍ଦୀ ଗତ ୨୩ତାରିଖରେ ସମ୍ପୃକ୍ତ ନାବାଳିକାକୁ ଫୁସୁଲାଇ ନିଜ ଘରେ ଥିବା ଠେକୁଆ ଦେଖାଇବାକୁ କହି ଘରକୁ ନେଇ ଦୁଷ୍କର୍ମ କରିଥିଲା। ଏନେଇ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ନାବାଳିକାକୁ ଗୁରତର ଅବସ୍ଥାରେ ପ୍ରଥମେ ଯାଜପୁର ଓ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ନାବାଳିକାଙ୍କର ଚିକତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତକୁ କେନ୍ଦ୍ରାପଡା ଅଞ୍ଚଳରୁ ଗିରଫ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ନେଇ ଅନ୍ୟ ୧୦ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଯାଜପୁର ଟାଉନ ଏସଡିପିଓ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now