ଜିନ୍ଦଲ ମ୍ୟାନେଜରଙ୍କ ହତ୍ୟା ସନ୍ଦେହ

Spread the love

ସୁନ୍ଦରଗଡ: ଜିନ୍ଦଲ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଧୀନ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ  ଲଜିଷ୍ଟିକାଲ ମ୍ୟାନେଜର ମୋତିରାମ ପାଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଷ୍ଟେସ ହାଉସରୁ ରକ୍ତଜୁଡୁବୁଡୁ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ମୋତିଲାଲ ପାଲ ସୁନ୍ଦରଗଡ ଜିନ୍ଦଲ କମ୍ପାନୀରେ ଲଜିଷ୍ଟିକ ମ୍ୟାନେଜରଭାବେ କାର୍ଯ୍ୟକରୁଥିଲେ ଓ କିଛି ଦିନ ହେବ ବରସୁଆଁ ନିକଟରେ ଥିବା ଜିନ୍ଦଲ ଗେଷ୍ଟ ହାଉସରେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେଦ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗେଷ୍ଟ ହାଉସର ୱେଟର ଦେଖିବାକୁ ପାଇଥିଲେ। ସେ ରହୁଥିବା କୋଠରୀରରେ ରକ୍ତର ଛିଟା ପଡିଥିବା ମଧ୍ୟ ଦେଖିଥିଲେ। ୱେଟର ଏହା ଦେଖି ଭୟଭୀତ ହୋଇପଡିଥିଲେ ଓ  ଏନେଇ ସେ ପୁଲିସ ଓ ଉପରିସ୍ତ କର୍ମଚାରୀଙ୍କୁ ଅବଗତ କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିବା ପରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରୁଛି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଛନ୍ତି।

Leave a Reply

Your email address will not be published. Required fields are marked *