ମିଳିତ ଚଢାଉରେ ବିପୁଳ ନିଶା ଟାବଲେଟ ଜବତ

Spread the love

ଆଇଜଲ: ମିଜେରାମର ଆଇଜଲ ଜିଲ୍ଲାର ତୁଇଖୁର୍ହଲୁରେ ହୋଇଥିବା ମିଳିତ ଚଢାଉରେ ସାଢେ ଛଅ କୋଟି ଟଙ୍କାର ନିଶା ବଟିକା ଜବତ ହେବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ  ଏକ୍ସାଇଜ ଆଣ୍ଡ ନାର୍କୋଟିକ, ଆଇଜଲ, ଆସାମ ରାଇଫଲ ମିଳିତ ସାମିଲ ଥିଲା।

 ଆସାମ ରାଇପଲ୍ସ  ଚଢାଉ କରି ଦୁଇଟି କାର ଜବତ କରିବା ସହ ୨୦ହଜାର ମେଥାମ୍ଫେଟାମିନ ନାମକ ନିଶା ଟାବଲେଟ ଜବତ କରିଛି। ଏହି  ଜବତ ଟାବଲେଟର ଆନୁମାନିକ ମୂଲ୍ୟ ୬କୋଟି ୬୬ଲକ୍ଷ ୬୦ ହଜାର ଟଙ୍କା ହେବ। ଗୁରୁବାର ଦିନ  ଏହି ମିଳିତ ଚଢାଉ ହୋଇଥିଲା। ମିଜୋରାମରେ ଜାରି ନିଶା କାରବାର ବିରୋଧୀ ଅଭିଯାନ ଅନ୍ତର୍ଗତ ଚଢାଉ ହୋଇଥିଲା।

ମିଜୋରାମରେ ଏହି ପରି ଅଭିଯାନ ନିୟମିତ ଜାରି ରହିଛି। ଅକ୍ଟୋବର ମାସରେ ଆସାଜ ରାଇଫଲ୍ସ ଓ ଅବକାରୀ ତଥା ନାର୍କୋଟିକ ବିଭାଗ ପକ୍ଷରୁ ହୋଇଥିବା ଚଢାଉ ବେଳେ ବିପୁଳ ପରିମାଣର ମେଥାମ୍ଫେଟାମିନ ଟାବଲେଟ ଜବତ ହୋଇଥିଲା। ସେହି ଟାବଲେଟର ମୂଲ୍ୟ ଥିବା ୪୯.୯୯ କୋଟି ଟଙ୍କା  

Leave a Reply

Your email address will not be published. Required fields are marked *