ମଥୁରାରେ କାଞ୍ଜାବାଲା ଘଟଣା

Spread the love

ମଥୁରା: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଘଟିଛି ଦିଲ୍ଲୀ କାଞ୍ଜାବାଲା ପରି ଘଟଣା। ମଥୁରା ଥାନା ଅଧୀନ ଯମୁନା ଏକ୍ସପ୍ରେସ ୱେରେ ଏକ ମୃତଦେହ ବହୁ କିଲୋମିଟର ଧରି ଗାଡିରେ ଫସି ଘୋଷଡା ହେଲା। ମାଣ୍ଟ ଟୋଲ ପ୍ଲାଜା ନିକଟରେ ମୁତୟନ ସୁରକ୍ଷାକର୍ମୀ ଗାଡି ତଳେ ମୃତଦେହ ଦେଖିଥିଲେ। ମୃତଦେହକୁ ୧୧ କିଲୋମିଟର ଧରି ଘୋଷଡା ଯାଇଥିବା କୁହାଯାଇଛି।

ସୂଚନା ମୁତାବକ ଦିଲ୍ଲୀ ନିବାସୀ ବିରେନ୍ଦ୍ର ଗାଡି ଚଳାଉଥିଲେ। ଯାହାଙ୍କୁ ପୁଲିସ ଗିରଫ କରି ନେଇଛି। ଜେରାବେଳେ ବିରେନ୍ଦ୍ର କହିଛନ୍ତି କି, ସୋମବାର ରାତିରେ ଘନ କୁହୁଡି ପାଇଁ ଦୃଶ୍ୟମାନ କମ ରହିଥିଲା। ତେଣୁ ସେ ଗାଡି ତଳେ କେହି ଫସି ରହିଥିବା ମୃତଦେହକୁ ଦେଖି ପାରି ନ ଥିଲେ।

ଏହି ମାମଲାରେ ପୁଲିସ ପଚରାଉଚରା ଓ ରାସ୍ତାରେ ଥିବା କ୍ୟାମେରାର ଯାଞ୍ଚ କରି କାହାର ମୃତ୍ୟୁ ହୋଇଛି ଓ କିପରି ହୋଇଛି ତାହା ଜାଣିବାକୁ ଚେଷ୍ଟା କରୁଛି। ସନ୍ଦେହ କରାଯାଉଛି କି, କୁହୁଡି ପାଇଁ ବ୍ୟକ୍ତି ଜଣଙ୍କୁ କାର ଧକ୍କା ଦେବା ପରେ ସେ ଗାଡି ତଳେ ଫସି ରହିଥିଲେ, ଯାହା ବିରେନ୍ଦ୍ର ଜାଣି ପାରି ନ ଥିଲେ। ଏଠାରେ ସୂଚନାଯୋଗ୍ୟ, ଏହା ପୂର୍ବରୁ ସମାନ ଘଟଣା ଦିଲ୍ଲୀରେ ଘଟିଥିଲା। ଏକ ସ୍କୁଟିକୁ ଧକ୍କା ଦେଇ କାର ସ୍କୁଟି ଆରୋହୀ ଅଞ୍ଜଳି ସିଂହକୁ ୧୨ କିଲୋମିଟର ଧରି ଘୋଷାଡି ନେଇଥିଲା। ଏହି ଘଟଣାରେ ଅଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *