ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପିର ବହିଷ୍କୃତ ନେତା କୁଲଦୀପ ସେଙ୍ଗରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍। ଦିଲ୍ଲୀ ହାଇକୋର୍ଟ ସେଙ୍ଗରକୁ ଦେଇଛନ୍ତି ଦୁଇ ସପ୍ତାହର ସର୍ତ୍ତମୂଳକ ଅନ୍ତରୀଣ ଜାମିନ। ୨୦୧୭ରେ ଉନ୍ନାଓରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି କୁଲଦୀପ। ମେଡିକାଲ ଗ୍ରାଉଣ୍ଡରେ ଦୁଇ ସପ୍ତାହ ପାଇଁ ହାଇକୋର୍ଟ ଏହି ଜାମିନ୍ ମଞ୍ଜୁର କରିଛନ୍ତି। ଜାମିନ ଅବଧି ଭିତରେ ପୀଡ଼ିତା କି ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ସହ ସମ୍ପର୍କ କରିବେନି କୁଲଦୀପ। ଆଉ ତଦନ୍ତକାରୀ ଅଧିକାରୀଙ୍କ ସହ ପ୍ରତିଦିନ ସମ୍ପର୍କରେ ରହିବେ। ପୀଡ଼ିତା, ତାଙ୍କ ପରିବାର ଓ ଓକିଲଙ୍କୁ ଅଗଷ୍ଟ ୨୦୧୯ରେ ସିଆରପିଏଫ ସୁରକ୍ଷା ଯୋଗାଇବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୀଡ଼ିତାଙ୍କୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ବି ନିର୍ଦେଶ ଦିଆଯାଇଥିଲା। ଦୁଷ୍କର୍ମକାଣ୍ଡର ପୀଡ଼ିତା, ପରିବାର ଓ ତାଙ୍କ ଓକିଲଙ୍କୁ ସିଆରପିଏଫର ସୁରକ୍ଷା ଯୋଗାଇଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now