କେନ୍ଦ୍ରାପଡ଼ାରେ ମାତିଛନ୍ତି ଜମି ମାଫିଆ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ମାତିଛନ୍ତି ଜମି ମାଫିଆ । ଜମି ଯୋଗାଇ ଦେବା ଆଳରେ ଏମାନେ ଗରିବ ଲୋକଙ୍କ ଠାରୁ ଟଙ୍କା ଠକି ନେବାକୁ ପଛାଉ ନାହାନ୍ତି। ଏନେଇ ଡେରାବିଶ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଡେରାବିଶ ଥାନା ଖମେଳ ପଞ୍ଚାୟତ ବଡ଼ଫୋଗଳ ଗ୍ରାମର ବିଚିତ୍ର ଶତପଥୀଙ୍କ ପରିବାର ଭୂମିହୀନ ବାସ ଉପଯୋଗୀ ଜମିଖଣ୍ଡିଏ କିଣିବା ପାଇଁ ବିଚିତ୍ରଙ୍କ ସ୍ତ୍ରୀ ବାସନ୍ତୀ ତାଙ୍କ ବାପଘର ଚଷାଖଣ୍ଡ ଗ୍ରାମର ଅଜୟ ସିଂହଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଅଜୟ, ବାସନ୍ତୀଙ୍କୁ ୩ଗୁଣ୍ଠ ଜମି ବିକ୍ରି କରିବେ ବୋଲି ପ୍ରତିଶ୍ରୁତି ଦେଇ ଜମି ଦେଖାଇଥିଲେ। ଏହି ଜମି ପର୍ସନ୍ଦ ହେବାରୁ ଅଜୟ, ବାସନ୍ତୀଙ୍କ ଠାରୁ ୩ଗୁଣ୍ଠ ଜମି ବିକ୍ରି ବାବଦରେ ୫ଲକ୍ଷ ୫୦ ହଜାର ଆଗୁଆ ନେଇଯାଇଥିଲେ। ଟଙ୍କା ନେବା ପରେ ଅଜୟ ଆଉ ବାସନ୍ତୀଙ୍କୁ ଧରାଛୁଆଁ ଦେଇନଥିଲେ କି ଜମି ରେଜିଷ୍ଟି କରିନଥିଲେ.ପରେ ଜଣାପଡିଥିଲା ଯେ ବାସନ୍ତୀଙ୍କୁ ଅଜୟ ଯେଉଁ ଜମି ଦେଖାଇଥିଲେ ତାହା ଅଜୟଙ୍କର ନୁହେଁ.ଏହାପରେ ଅଜୟଙ୍କ ନିକଟକୁ ଟଙ୍କା ଫେରିପାଇବା ପାଇଁ ବାସନ୍ତୀ ବାରମ୍ବାର ଦୌଡ଼ି ନିରାଶ ହେବାପରେ ଡେରାବିଶ ଥାନାର ଆଶ୍ରୟ ନେଇଥିଲେ। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ ତଦନ୍ତ କରିଥିଲା। ଏହାପରେ ଅଜୟର ସମ୍ପର୍କୀୟମାନେ ବାସନ୍ତୀ ଓ ତାଙ୍କ ସ୍ବାମୀ ବିଚତ୍ରଙ୍କୁ ଆକ୍ରମଣ କରିବାରୁ ପୁନର୍ବାର ବାସନ୍ତୀ ଡେରାବିଶ ଥାନା ଦ୍ବାରସ୍ଥ ହୋଇଥିଲେ। ଡେରାବିଶ ଥାନାରେ ଏନେଇ ପୁଲିସ୍ ଆଉ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *