ଲିଙ୍ଗାୟତ ମଠ ଯୌନ କେଳେଙ୍କାରୀ କେଶରେ ପୁଲିସର ବଡ ଖୁଲାସା

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଲିଙ୍ଗାୟତ ମୁରୁଘା ମଠ ସ୍ବାମୀ ଶିବମୂର୍ତ୍ତି ମୁରୁଘା ଶରଣାରୁ ମାମଲାରେ ପୁଲିସ ତାର ଚାର୍ଜସିଟ ସୋମବାର ଫାଇଲ କରିଛି। ପୁଲିସ ମଠର ସ୍ବାମୀଙ୍କୁ ନେଇ କରିଛି ବଡ ଖୁଲାସା। ପୁଲିସ କହିଛି ମୁରୁଘା ଶରଣାରୁ ମଠରେ ରହୁଥିବା ନାବାଳିକଙ୍କୁ ଯୌନ ଶୋଷଣ ପୂର୍ବରୁ ସେମାନଙ୍କୁ ନିଶା ଦେଉଥିଲା।

ପୁଲିସ ଅନୁଯାୟୀ ନାବାଳିକାଙ୍କୁ ସ୍ବାମୀ ଶିବମୂର୍ତ୍ତି ନିଜ କଠୋରୀର ସଫା କରିବାକୁ ପଠାଉଥିଲା। ସେଠାରେ ସେ ନାବାଳିକାଙ୍କୁ ଚକଲେଟରେ ଡ୍ରଗ୍ସ ଦେଇ ଖାଇବାକୁ ଦେଉଥିଲା। ତାକୁ ଖାଇବା ପରେ ଝିଅମାନେ ବେହୋସ ହୋଇଯାଉଥିଲେ ଓ ସେ ସେମାନଙ୍କ ସହ ଦୁଷ୍କର୍ମ କରୁଥିଲା।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମୁରୁଘା ମଠର ଛାତ୍ରାବାସରେ ରହୁଥିବା ନାବାଳିକାଙ୍କୁ ନିଶା ଦେଉଥିଲା। ଯେଉଁଭଳି ମାମଲାରେ ବୃଦ୍ଧି ହେଉଛି, ଯାଞ୍ଚ ଅଧିକାରିମାନେ କହୁଛନ୍ତି, ଯେମିତି ମାମଲା ସାମ୍ନାକୁ ଆସୁଛି, ଅଧିକରୁ ଅଧିକ ପୀଡିତା ସାମ୍ନାକୁ ଆସିପାରନ୍ତି ଓ ମୁରୁଘା ଶରଣାରୁ ବିରୋଧରେ ମାମଲା ରୁଜୁ ହୋଇପାରିବ।

କେବଳ ନାବାଳିକା ନୁହଁନ୍ତି, ଅଭିଯୁକ୍ତ ବରିଷ୍ଠ ମହିଳାଙ୍କ ସହ କୁକର୍ମ କରିଥିବାର ସୂଚନା ରହିଛି ପୁଲିସ ନିକଟରେ। ଜଣେ ନାବାଳିକା ପୀଡିତାକୁ ମଧ୍ୟ ହତ୍ୟା କରାଯାଇଥିଲା, କିନ୍ତୁ ହତ୍ୟାକୁ ଏକ ଦୁର୍ଘଟଣା ଦର୍ଶାଯାଇଥିଲା।

ଅଭିଯୁକ୍ତ ସ୍ବାମୀ ମୁରୁଘା ବିରୋଧରେ ଅଗଷ୍ଟ ୨୬ରେ ପ୍ରଥମ ପକ୍ସୋ ଓ ଯୌନ ଅତ୍ୟାଚାର ମାମଲା ରୁଜୁ ହୋଇଥିଲା। ଦ୍ବିତୀୟ ମାମଲା ୧୩ ଅକ୍ଟୋବରକୁ ରୁଜୁ ହୋଇଥିଲା । ତେବେ ଏହା ପୂର୍ବରୁ ୧ ସେପ୍ଟେମ୍ବରକୁ ତାକୁ ଗିରଫ କରିଥିଲା ପୁଲିସ।

Leave a Reply

Your email address will not be published. Required fields are marked *