ନିଶା ଦେଇ ବସରୁ ଲୁଟ

Spread the love

ପାରାଦୀପ:  ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ ଅଭିଯୋଗ। ପୁରୀରୁ ପାରାଦୀପ ଆସୁଥିବା ଶିବଶକ୍ତି ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଲୁଟ କରାଯାଇଛି। ସକାଳୁ ଉଭୟଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଛି।  ପୁଲିସ ଘଟଣାରେ ଅଭିଯୋଗ ଦାୟର କରି ଲୁଟେରାଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି।

ମଙ୍ଗଳବାର ସକାଳୁ ଅଚେତ୍ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ପାରାଦୀପ ବସଷ୍ଟାଣ୍ଡରେ। ଗତକାଲି ପୁରୀରୁ ପାରାଦୀପ୍ ଆସିଥିବା ଶିବ ଶକ୍ତି ବସର ଡ୍ରାଇଭର ଓ କଣ୍ଡକ୍ଟର ଅଟନ୍ତି। ସେମାନଙ୍କୁ କିଛି ଲୁଟେରା ନିଶା ଦେଇ ସେମାନଙ୍କଠାରୁ ଟଙ୍କା, ମୋବାଇଲ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରି ନେଇଛନ୍ତି। ଉଭୟ ନିଶା ପ୍ରଭାବରେ ଅଚେତ ହୋଇପଡିଥିଲେ। ଏନେଇ ବୁଧବାର ସକାଳୁ ଥାନାରେ ଅଭିଯୋଗ ହୋଇଛି। 

Leave a Reply

Your email address will not be published. Required fields are marked *