ମୁମ୍ବାଇ: ମଙ୍ଗଳବାର ସକାଳୁ ଅଭିନେତା କମଲ ଆର ଖାନ ବା କେଆରକେଙ୍କୁ ମଲାଦ ପୁଲିସ ଗିରଫ କରିଛି। ୨୦୨୦ର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ହୋଇଥିବା ଏଫଆଇଆର ଆଧାରରେ ତାଙ୍କୁ ଗିରଫ କରାଯାଇଛି।
୨୦୨୦ ଏପ୍ରିଲ ୩୦ରେ ଯୁବ ସେନା ନେତା ରାହୁଲ କାନାଲଙ୍କ ଫକ୍ଷରୁ କେଆରକେଙ୍କ ବିରୋଧରେ ଏଫଆଇଆର ହୋଇଥିଲେ। ଏଫଆଇଆରରେ ଉଲ୍ଲେଖ ଥିଲା କି, କେଆରକେ ସ୍ବର୍ଗତ ଇର୍ଫାନ ଖାନ ଓ ରିଷି କପୁରଙ୍କ ଉପରେ ବିବାଦୀୟ ଘୃଣାସୃଷ୍ଟିକାରୀ ପୋଷ୍ଟ କରିଥିଲେ।
କେଆରକେ ବଲିଉଡକୁ ଦେଶଦ୍ରୋହୀ ନାମକ ଫିଲ୍ମ ମାଧ୍ୟମରେ ବଲିଉଡକୁ ଏଣ୍ଟ୍ରି କରିଥିଲେ। ଯେତେବେଳେ ସାରା ବିଶ୍ବ ମହାମାରୀ ଦେଇ ଗତିକରୁଥିଲା ସେ ସୋସିଆଲ ମିଡିଆ ମାଧ୍ୟମରେ ଅମାନବୀୟ ପୋଷ୍ଟ ମାଧ୍ୟମରେ ଘୃଣା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ସେ ସ୍ବର୍ଗତ ରିଷି କପୁର ଓ ଇର୍ଫାନ ଖାନଙ୍କ ଉପରେ ଘୃଣ୍ୟ କମେଣ୍ଟ ଦେଉଥିବା ଅଭିଯୋଗକାରୀ କହିଥିଲେ।
ଅଭିଯୋଗକାରୀ କହିଥିଲେ କି, ଏହି ଲୋକ ନିଶ୍ଚିତ ରୂପେ ଆମ ଦେଶର ନୁହଁନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏହି ବ୍ୟକ୍ତି ବିରୋଧରେ ଆଇପିସିର ଧାରା ୫୦୫, ୫୦୪, ୫୦୧, ୧୮୮, ୧୧୭, ୧୨୧ ଓ ୧୫୩ଏରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ।
ମଙ୍ଗଳବାର ସକାଳୁ ସେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କୁ ପୁଲିସ ଗିରଫ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now