ଗଞ୍ଜେଇ ଚୋରା ଚାଲାଣ ମାମଲା : ତେଲେଙ୍ଗାନାର କନେଷ୍ଟବଳଙ୍କ ସମେତ ୭ ଗିରଫ

Spread the love

ମାଲକାନଗିରି : ଏକ ଗଂଜେଇ ଚୋଲା ଚାଲାଣ ମାମଲାରେ କାଲିମେଳା ପୁଲିସ ତେଲେଙ୍ଗାନାର ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି । ଗିରଫ କନେଷ୍ଟବଳଙ୍କ ନାମ ହେଲା ଆର. ଶ୍ରୀନୁ ନାୟକ । ସଂପୃକ୍ତ କନେଷ୍ଟବଳଙ୍କର ଘର ତେଲେଙ୍ଗାନା ରାଜ୍ୟର ରଗାଂରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁର ନଗରରେ । କନେଷ୍ଟବଳଙ୍କ ନାମରେ ପୂର୍ବରୁ ମଧ୍ୟ ୨ଟି ମାମଲା ଥିବାର ସୂଚନା ମିଳିିଛି ।

ସୂଚନା ଅନୁସାରେ, କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ବୁଧବାର ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ପୁଲିସ କମଳାପଦର ଘାଟିରୁ ସଂଦେହରେ ୨ଟି କାରକୁ ଜବତ କରିଥିଲା । ୨ଟି ଯାକ କାରକୁ ସର୍ଚ୍ଚ କରିବାରୁ ଡ଼ିକିରେ ୧୦୩ କିଲୋ ଗଂଜେଇ ଠାବ ହୋଇଥିଲା । ଗୋଟିଏ କାରରେ ୩ ଜଣ ବସିଥିବା ବେଳେ ଅନ୍ୟ ଗାଡ଼ିରେ ୪ ଜଣ ବସିଥିଲେ । ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୁଲିସ ବିଭାଗର କନେଷ୍ଟବଳ ବୋଲି ଜଣପଡ଼ିଥିଲା । ସେହିପରି ଅନ୍ୟଜଣେ ମଧ୍ୟ ପୁଲିସବାବୁଙ୍କର ସଂପର୍କୀୟ ଭାଇ ରହିଥିବାର ପୁଲିସ ଜାଣିବାକୁ ପାଇଛି । ଏହି ୨ଟି ଦାମୀ କାରରୁ ୧୦୩ କିଲୋ ଗଂଜେଇ ସହ ୩ଟି ଆଇଫୋନ, ୩ଟି ସ୍ମାର୍ଟ ଫୋନ ପୁଲିସ ଜବତ କରିଛି । ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରିଛି । ୭ ଜଣ ଗିରଫ ଅଭିଯୁକ୍ତ ହେଲେ ତେଲେଙ୍ଗାନାର ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁର ନଗରର ଆର ଶ୍ରୀନୁ ନାୟକ (ତେଲେଙ୍କାନା ପୁଲିସ କନେଷ୍ଟବଳ-୮୧୫୫ଏଆର), ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ମିରପେଟ ଅଂଚଳର କେ. ବିଜୟ ନାୟକ, ମହାରାଷ୍ଟ୍ରର ଉସମାନବାଦ ଅଂଚଳର ବାଲୁ ଯାଦବ, କାଲିମେଳା ଦୁଲାଗାଣ୍ଡି ଗ୍ରାମର କେ.ଲକ୍ଷଣ, ଆନ୍ଧ୍ରପ୍ରଦେଶର ଗୁଂଟୁର ଅଂଚଳର ଆର. କାର୍ତିକ, ଆର. ରାଜୀବ ଓ ଏନ୍‌. ବେଣୁଗୋପାଳ ।

Leave a Reply

Your email address will not be published. Required fields are marked *