ଭାରତର ଏୟାରଷ୍ଟ୍ରାଇକ୍- ଆତଙ୍କି ମାସୁଦ ଆଜାହାରର ପରିବାର ନିପାତ

ନିରୀହଙ୍କ ରକ୍ତରେ ହୋଲି ଖେଳୁଥିଲା ଆତଙ୍କବାଦୀ ମସୁଦ ଆଜାହର। ଶେଷରେ ଅପରେସନ ସିନ୍ଦୂରରେ ମସୁଦର ପୁରା ପରିବାର ନିପାତ ହୋଇଗଲା। ପତ୍ନୀ, ପୁଅ, ବଡ଼ ଭଉଣୀ, ଭିଣୋଇ ସମେତ ପରିବାରର ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୪ ଖାସ୍ ଅନୁଗତ ବି ମରିଛନ୍ତି। ଭାରତୀୟ ସେନାର ଏୟାରଷ୍ଟ୍ରାଇକରେ ମସୁଦଙ୍କ ଫ୍ୟାମିଲିର ଦି ଏଣ୍ଡ୍ ହୋଇଛି। ପରିବାର ନିପାତ ପରେ କାନ୍ଦିଛି ମସୁଦ। କହିଛି, ଏହାଠୁ ଭଲ ସେ ନିଜେ ମରି ଯାଇଥାଆନ୍ତା। ବହାବଲପୁର ସ୍ଥିତ ଶୁଭାନ ଅଲ୍ଲାହ କେନ୍ଦ୍ରକୁ ଏୟାରଷ୍ଟ୍ରାଇକ ବେଳେ ମସୁଦର ପୁରା ପରିବାର ସେଠାରେ ଥିଲେ। ଏହାକୁ ଜୈସର ପ୍ରମୁଖ ପ୍ରଶିକ୍ଷଣ କେନ୍ଦ୍ର ଓ ଏଠାକୁ ସଞ୍ଚାଳନ ମୁଖ୍ୟାଳୟ କୁହାଯାଏ। ଯେଉଁଠି ପୁଲଓ୍ୱାମା ଆକ୍ରମଣର ଷଡ଼ଯନ୍ତ୍ର ରଚାଯାଇଥିଲା। ଏହି ମଦ୍ରାସା ୨୦ରୁ ୨୫ ଏକର ଜମିରେ ପରିବ୍ୟାପ୍ତ ଥିଲା। ଅପରେସନ ସିନ୍ଦୂରରେ ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ପ୍ରାୟ ୨ କିଲୋମିଟର ଯାଏ ଘରର ଝରକା କାଚ ଭାଙ୍ଗିଯାଇଥିଲା। ମସୁଦ ଆଜାହର। ଜୈସ-ଏ-ମହମ୍ମଦର ମୁଖିଆ। ଆଉ ଭାରତ ଲାଗି ସବୁଠି ବଡ଼ ମୁଣ୍ଡବିନ୍ଧାର କାରଣ। ଭାରତ ବିରୁଦ୍ଧରେ ଅନେକ ବଡ଼ ବଡ଼ ଆତଙ୍କି ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ମସୁଦ ଅଟେ। ମସୁଦ କଡ଼ା ସୁରକ୍ଷା ବଳୟରେ ରହିଥାଏ। ଜୈସ-ଏ- ମହମ୍ମଦ ସଂଗଠନକୁ ଅଧିକାରୀସ୍ତରରେ ୨୦୦୨ରୁ ବ୍ୟାନ୍ ଲଗାଇ ଦିଆଯାଇଛି। କିନ୍ତୁ ନାମକୁ ମାତ୍ର ବ୍ୟାନ୍ କରିଥିବା ପାକିସ୍ତାନ ଏଭଳି ଆତଙ୍କି ଶିବିର ଚଳାଇବାକୁ ଖୋଲା ସ୍ୱାଧୀନତା ଦେଇଛି। ମସୁଦ ପରିବାରର ମୃତ୍ୟୁବରଣ କରିଥିବା ୧୪ଜଣଙ୍କୁ ଆଜି କବର ଦିଆଯାଇଛି। ମସୁଦର ଆତଙ୍କି ଆଡ୍ଡାକୁ ଧ୍ୱଂସ କରିଥିବାର ପ୍ରମାଣ ଦେଇଛି ଭାରତ। କର୍ଣ୍ଣେଲ ସୋଫିଆ କୁରୈସି କହିଛନ୍ତି, ମୁରିଦକେରେ ଥିବା ମଦ୍ରାସାରୁ ହିଁ ୨୦୦୮ରେ ମୁମ୍ୱାଇ ଆତଙ୍କି ଆକ୍ରମଣରେ ସାମିଲ୍ ଅଜମଲ କଶାବ ଓ ଡେଭିଡ୍ ହେଡଲି ପ୍ରମୁଖ ଟ୍ରେନିଂ ନେଇଥିଲେ। ଏହି ଆକ୍ରମଣ ଭାରତ ସୀମାରୁ ପ୍ରାୟ ଶହେ କିଲୋମିଟର ଦୂରରେ ହୋଇଥିଲା। ଆକ୍ରମଣ ବେଳେ ମଦ୍ରାସାରେ ମସୁଦ ନଥିଲା। ପହଲଗାଁଓ ଆତଙ୍କି ଆକ୍ରମଣ ପରଠୁ ମସୁଦ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ମସୁଦ ଭାରତର ହିଟ୍‌ ଲିଷ୍ଟରେ ଅଛି। ଭାରତର କହିବା କଥା, ଆତଙ୍କି ଆକ୍ରମଣକୁ ସାକାର କରିବାରେ ପାକିସ୍ତାନ ନିର୍ଦେଶରେ କାମ କରେ ମସୁଦ୍। ମସୁଦ୍ ୧୯୮୩ରୁ ଆତଙ୍କବାଦୀ ସଂଗଠନ ଅଲକାଏଦାରୁ ଟ୍ରେନିଂ ନେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *