ମୋ ପତ୍ନୀର ୪ ବୟଫ୍ରେଣ୍ଡ୍- ମୋତେ ମାରିବାକୁ କରୁଛନ୍ତି ଷଡ଼ଯନ୍ତ୍ର- ଗୌରବ

ପତ୍ନୀର ୪ଜଣ ବୟଫ୍ରେଣ୍ଡ୍। ପ୍ରେମିକମାନଙ୍କ ସହ ମିଶି ସବୁଦିନ ଲାଗି ସ୍ୱାମୀକୁ ରାସ୍ତାରୁ ହଟାଇବାକୁ କରୁଛି ଷଡ଼ଯନ୍ତ୍ର। ସୌରଭ ହତ୍ୟାକାଣ୍ଡ ଭଳି ଯୋଜନା ଚାଲିଛି। ଏଭଳି ଢଙ୍ଗରେ ମିରଟର ଜଣେ ବ୍ୟକ୍ତି ଅଭିଯୋଗ ଓ ପ୍ରମାଣ ଧରି ଏସପି ଅଫିସରେ ଫେରାଦ୍ ହୋଇଛି। ଅଭିଯୋଗକାରୀ ଗୌରବ ଯେତେବେଳେ ପତ୍ନୀଙ୍କ ମୋବାଇଲ ଚେକ୍ କରିଥିଲେ। ତାଙ୍କର ହୋସ୍ ଉଡ଼ିଯାଇଥିଲା। ଇନଷ୍ଟାଗ୍ରାମ, ଫେସବୁକ ଓ ସ୍ୱାପଚାଟରେ ପତ୍ନୀ ୫ଜଣ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରଖିଛି। ଯେଉଁ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରଖିଛନ୍ତି, ତାହାର ସ୍କ୍ରିନସଟ୍ ଓ ଭିଡ଼ିଓ ପତ୍ନୀଙ୍କ ମୋବାଇଲରୁ ମିଳିଛି। ଗୌରବ ଏ କଥା ବି କହିଛନ୍ତି, ତାଙ୍କ ପାଖରେ ୧୨ଶହ ପୃଷ୍ଠାର ଡିଜିଟାଲ ସାକ୍ଷୀ ବି ମହଜୁଦ ଅଛି। ଅର୍ଥାତ୍ ଓ୍ୱାଟସଅପ ଚାଟରେ ବି ଏହାର ପ୍ରମାଣ ସେ ରଖିଦେଇଛନ୍ତି। ଏତିକିରେ ସରିନି ଆରୋପର ତାଲିକା। ଏହାଠୁ ବି ଗମ୍ଭୀର ଆରୋପ ଲଗାଇଛନ୍ତି ଯେ, ତାଙ୍କ ପତ୍ନୀ ରିତାଂଶୀଙ୍କ ପାଖରେ ଦୁଇଟି ବେଆଇନ ବନ୍ଧୁକ ବି ରହିଛି। ଯେଉଁ ବନ୍ଧୁକ ପତ୍ନୀଙ୍କର କୌଣସି ବନ୍ଧୁର ଅଟେ। ଗୌରବର ଆଶଙ୍କା ଅଛି ଯେ, ଏମାନେ ମିଳମିଶି କେବେ ବି ତାଙ୍କୁ ମାରିଦେଇପାରନ୍ତି। ଆଉ ତାଙ୍କୁ ମର୍ଡର କରି ତାଙ୍କର ଟ୍ରାଭେଲ୍ସ ଏଜେନ୍ସିର ୪୦ଲକ୍ଷ ଟଙ୍କା ହଡ଼ପ କରିବାକୁ ଚାହୁଁଛନ୍ତି। ଗୌରବ ଏ କଥା ବି ଦର୍ଶାଇଛନ୍ତି, ୨୦୧୩ରେ ତାଙ୍କ ଉପରେ ମିଛ ମାମଲା କରି ତାଙ୍କୁ ବ୍ଲାକମେଲିଂ କରାଯାଇଥିଲା। ରିତାଂଶୀ ୫ ଲକ୍ଷ ଟଙ୍କା ଓ ୮ତୋଳା ସୁନା ନିଜ ବାପା ଓ ଭାଇଙ୍କୁ ଦେଇଥିଲା। ଏହା ସତ୍ତ୍ୱେ ରିତାଂଶୀଙ୍କ ବ୍ୟବହାର ବଦଳିନଥିଲା। ମିରଟ ଏସପିଙ୍କୁ ଅଭିଯୋଗ କରି ଗୌରବ ନିବେଦନ କରିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସୁରକ୍ଷା ଦିଆଯାଉ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *