ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା କୁମାରବସ୍ତରେ ବେଆଇନ ଖଣିକୁ ନେଇ ଗାଁ ଲୋକ ଆଉ ଖଣି ମାଫିଆ ମୁହାଁମୁହିଁ। ଘଟାସ୍ଥଳରେ ଗ୍ରାମ ସଭାପତି ସଞ୍ଜୟ ପାଇକରାୟ ସମେତ ତିନି ଜଣ ଆହତ। ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେଇଥିବା ବେଳେ ଦୁଇଟି ଗାଡ଼ି ପୋଡ଼ି ଦେଲେ ଖଣି ମାଫିଆ। ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କୁମାରବସ୍ତ ଆଖପାଖରେ ବେଆଇନ ପଥର ଓ ମୋରମ ଖଣି ଚାଲୁଥିବା ବେଳେ ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ ରୋକିବାରେ ବିଫଳ ପ୍ରଶାସନ। ତେବେ ମଙ୍ଗଳବାର ରାତିରେ ଏଭଳି ଆକ୍ରମଣ ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାର ତଦନ୍ତ କରୁଛି ଶିଳ୍ପାଞ୍ଚଳ ଥାନା ପୋଲିସ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now