ବିଜେପି ନେତାଙ୍କୁ କାଦୁଅ ମାଡ଼

ତାମିଲନାଡୁ ମନ୍ତ୍ରୀ ତିରୁ ପୋନମୁଡି ମଙ୍ଗଳବାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଯାଇଥିବା ବେଳେ ତାଙ୍କ ଉପରକୁ ଲୋକେ କାଦୁଅ ଫୋପାଡି ଥିବା ଜଣାପଡିଛି ।ବିଜେପି ନେତା ଆନ୍ନାମଲାଇ ଏ ସମ୍ପର୍କିତ ଭିଡିଓ କୁ ନିଜ ଏକ୍ସ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ସାମୁଦ୍ରିକ ଝଡ ଫେଙ୍ଗଲ ପ୍ରଭାବରେ ତାମିଲନାଡୁରେ ବିଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କେତେକ ସ୍ଥାନରେ ଭୁସ୍ଖଳନ ଘଟି  ୧୦ ଜଣଙ୍କର ପ୍ରାଣହାନି ଘଟିଛି । ଏଭଳି ଏକ ପ୍ରାକୃତିକ ଦୁର୍ବିପାକ ସମୟରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଅନ୍ୟତ୍ର ବ୍ୟସ୍ତ ରହିଥିବାରୁ ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଉଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *